ଅହମ୍ମଦାବାଦ: ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ପ୍ରଚାର ତାଲିକାରୁ ବରିଷ୍ଠ ନେତା ଶଶି ରୁରର ଆଉଟ୍। ଦଳ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି। ଗୁଜରାଟରେ ନିର୍ବାଚନ ପ୍ରଚାର ପାଇଁ ଗୁଜରାଟ ଛାତ୍ର ସଙ୍ଗଠନ ନିମନ୍ତ୍ରଣ କରିଥିଲା। କିନ୍ତୁ ପ୍ରଚାର ତାଲିକାରେ ନା ନଥିବାରୁ ସେ ପ୍ରସ୍ତାବରୁ ଓହରି ଯାଇଛନ୍ତି। ଗତ ମାସରେ ଦଳର ସଭାପତି ଲାଗି ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ଥରୁର। ତାଙ୍କ ବିରୋଧରେ ମଲ୍ଲିକାର୍ଜୁନ ଖାଡ଼ଗେ ପ୍ରତିଦ୍ୱନ୍ଦିତା କରି ଜିତିଥିଲେ। ଏହି ସମୟରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ଥରୁର। ଯାହାକୁ ଦଳ ପକ୍ଷରୁ ଖଣ୍ଡନ କରାଯାଇ ଥିଲା। ଦଳ କହିଛି ଯେ, ଥରୁର ପ୍ରଚାର ତାଲିକାରେ ନଥିଲେ। ତେଣୁ ବାଦ କରିବାର ପ୍ରଶ୍ନ ଉଠୁ ନାହିଁ।
ଶେଷଥର ପାଇଁ କେରଳ ନିର୍ବାଚନରେ ୨୦୨୧ରେ ପ୍ରଚାର ତାଲିକାରେ ଥିଲେ ଥରୁର । ଥରୁରଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ତାଙ୍କୁ କେବେ ପ୍ରଚାର ପାଇଁ ପ୍ରସ୍ତାବ ଦିଆଯାଇ ନଥିଲା। ତେଣୁ ଓହରିବାର ପ୍ରଶ୍ନ ଉଠୁ ନାହିଁ। ଯଦିଓ କଂଗ୍ରେସ ଛାତ୍ର ସଂଗଠନ ତାଙ୍କୁ ପ୍ରଚାର ପାଇଁ ନିବେଦନ କରିଥିଲା, କିନ୍ତୁ ତାଲିକାରେ ନଥିବାରୁ ଯିବାକୁ ମନା କରିଦେଇଥିଲେ।
ନୂଆ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ପୂର୍ବତନ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୁଜରାଟ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ଡିସେମ୍ବର ୧ ଓ ୫ରେ ଦୁଇଟି ପର୍ଯ୍ୟାୟରେ ଏଠାରେ ଭୋଟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟରେ, ବିଜେପି ୨୭ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଅଛି। ଏଠାରେ କେଜ୍ରିୱାଲଙ୍କ ଆମ ଆଦୀମା ପାର୍ଟି ଜୋରଦାର ପ୍ରଚାର କରିବାରେ ଲାଗିପଡ଼ିଛି। ମାରାଥର ପ୍ରଚାରରେ ଲାଗିପଡ଼ିଥିବା ଆପ ବିଜେପିର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସକୁ ପଛରେ ପାକଇବା ପାଇଁ ଉଦ୍ୟମ ଚଳାଇଛି । ଅନ୍ୟପଟେ ଏବେ ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧି ନଭେମ୍ବର ୧୨ରେ ଗୁଜରାଟ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ।
The post ଗୁଜରାଟ ନିର୍ବାଚନ: କଂଗ୍ରେସ ପ୍ରଚାର ତାଲିକାରୁ ଥରୁର ଆଉଟ୍ appeared first on Odisha Reporter.
from Odisha Reporter https://ift.tt/4zmiHvc
No comments:
Post a Comment