ମହାଠକ ସୁକେଶର ଅଭିଯୋଗ- ଟଙ୍କା ବଦଳରେ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିଲା ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 11, 2022

ମହାଠକ ସୁକେଶର ଅଭିଯୋଗ- ଟଙ୍କା ବଦଳରେ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିଲା ଖବର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ କଣ୍ଟା ସାଜିଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର। ଥରକୁ ଥର ସେମାନଙ୍କ ଉପରକୁ ଟାର୍ଗେଟ କରୁଥିବା ସୁକେଶ ଏନେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପଞ୍ଚମ ଲେଟର ଲେଖିଛନ୍ତି । ଏପରିକି ଦିଲ୍ଲୀ ସରକାର ନିଜ ସ୍କୁଲର ପ୍ରମୋଶନ ଆନ୍ତର୍ଜାତୀୟ ଗଣମାଧ୍ୟମରେ କରିବା ପାଇଁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ଦେଇଥିବା ଦାବି କରିଛନ୍ତି ସୁକେଶ। ଏପରିକି ଏ କଥାରେ ଭରସା ନ ହେଲେ ତାଙ୍କ ସମେତ ଅରବିନ୍ଦ କେଜ୍ରିୱାଲ ଓ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପଲିଗ୍ରାଫ ଟେଷ୍ଟ କରିବା ସହ ଏହାର ଲାଇଭ୍‌ ଟେଲିକାଷ୍ଟ କରିବାକୁ ବି ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ୪ଟି ଚିଠି ଲେଖି ସାରିଥିବା ସୁକେଶ ଏଥର ନିଜ ପଞ୍ଚମ ଚିଠିରେ ପୁଣି ଏକ ଭେଳିକି କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ନ୍ୟୁୟର୍କ ଟାଇମ୍ସ, ୱାଶିଂଟନ ପୋଷ୍ଟରେ ଦିଲ୍ଲୀର ସରକାରୀ ସ୍କୁଲଗୁଡ଼ିକୁ ପ୍ରଶଂସାରେ ପୋତି ଦିଆଯାଇଥିବା ବେଳେ ଏହା ପେଡ୍‌ ନ୍ୟୁଜ୍‌ ଥିଲା। ଏଥିନିମନ୍ତେ ୮ ଲକ୍ଷ ୫୦ ହଜାର ଡଲାର ଓ ୧୫% ଅତିରିକ୍ତ କମିଶନ ଦିଆଯାଇଥିଲା।  ଏପରିକି ଏଥିନିମନ୍ତେ କ୍ୟାସ୍‌ରେ ସମସ୍ତ ପେମେଣ୍ଟ କରିବାକୁ କୁହାଗଲା।

ଉପରାଜ୍ୟପାଳଙ୍କୁ ଲେଖିଥିବା ପତ୍ରରେ ସୁକେଶ ଉଲ୍ଲେଖ କରିଛନ୍ତି, ମୋ’ ଆରୋପ ସମ୍ପୂର୍ଣ୍ଣ ସତ୍ୟ । ଏଥିନିମନ୍ତେ ମୁଁ ନିଜର ପଲିଗ୍ରାଫ ଟେଷ୍ଟ ପାଇଁ ବି ପ୍ରସ୍ତୁତ ଅଛି। ଆପଣ କେଜ୍ରିୱାଲ ଓ ସତେନ୍ଦ୍ର ଜୈନଙ୍କର ବି ପଲିଗ୍ରାଫ ଟେଷ୍ଟ କରିବାକୁ ଆହ୍ୱାନ କରୁଛି। ଏପରିକି ଆମ ୩ ଜଣଙ୍କର ଏକ ସଙ୍ଗେ  ପଲିଗ୍ରାଫ ଟେଷ୍ଟ କରି ଏହାର ଲାଇଭ ଟେଲିକାଷ୍ଟ କରାଯାଉ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ସୁକେଶ।

ଅରବିନ୍ଦ୍ର କେଜ୍ରିୱାଲ ଓ ସତେନ୍ଦ୍ର ଜୈନଙ୍କୁ ମୂଲ୍ୟବାନ ଘଣ୍ଟା ଉପହାର ସ୍ୱରୂପ ଦେଇଥିବା ସୁକେଶ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ କେଜ୍ରିୱାଲଙ୍କର ଘଣ୍ଟାର ଷ୍ଟ୍ରିପ୍‌ ତାଙ୍କର ପସନ୍ଦ ନ ଆସିବାରୁ ଏକ ଚାର୍ଟାଡ ଫ୍ଲାଇଟରେ ଜଣଙ୍କୁ ଦୁବାଇ ପଠାଇ ଯାଇଥିଲା ବୋଲି  କହିଛନ୍ତି ସୁକେଶ।

ଏଥିସହ ସେ ନିଜ ଚିଠିରେ  ୟକେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ମୁଁ ସବୁଠୁ ବଡ଼ ଠକ, ତା ହେଲେ ଆପଣ କାହିଁକି ମୋତେ ରାଜ୍ୟସଭା ସିଟ୍‌ ଯାଚି ୫୦ କୋଟି  ଟଙ୍କା ନେଇଥିଲେ। ଏପରିକି ବିଜନେସମ୍ୟାନ୍‌ଙ୍କଠାରୁ ୫ଶହ କୋଟି ଯୋଗାଡ଼ କରିବାକୁ କହି କର୍ଣ୍ଣାଟକରେ ଦଳର ଏକ ବଡ଼ ପଦ ଅଫ୍‌ର କରିଥିଲେ।

The post ମହାଠକ ସୁକେଶର ଅଭିଯୋଗ- ଟଙ୍କା ବଦଳରେ ନ୍ୟୁୟର୍କ ଟାଇମ୍ସରେ ଛପା ଯାଇଥିଲା ଖବର appeared first on Odisha Reporter.



from Odisha Reporter https://ift.tt/jAkU74a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages