କଲେଜିୟମ ସୁପାରିସକୁ ଅଟକାଇ ରଖୁଛି କେନ୍ଦ୍ର, କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 11, 2022

କଲେଜିୟମ ସୁପାରିସକୁ ଅଟକାଇ ରଖୁଛି କେନ୍ଦ୍ର, କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତି ଦେବାକୁ କଲେଜିୟମ କରୁଥିବା ସୁପାରିସକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହିଁ କେନ୍ଦ୍ର। କଲେଜିୟମ ବିଚାରପତିଙ୍କ ନାଁ ସୁପାରିସ କରୁଥିବା ବେଳେ ଏହାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦୀର୍ଘ ଦିନ ଧରି ପକାଇ ରଖୁଛି। କେନ୍ଦ୍ରର ଏପରି ଆଚରଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିବା ସହ ଆଇନ ମନ୍ତ୍ରଣାଳୟର ସଚିବଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଅଭୟ ଏସ୍‌ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଗତବର୍ଷ ବିଚାରପତି ନିଯୁକ୍ତି ପାଇଁ କୋର୍ଟ ଜାରି କରିଥିବା ଗାଇଡଲାଇନକୁ ସରକାର ଆଦୌ ପାଳନ କରୁନାହାନ୍ତି। ଅନେକ ଖ୍ୟାତନାମା ବିଚାରପତି କେନ୍ଦ୍ରର ଏଭଳି ଆଚରଣ ଯୋଗୁ ବିଚାରପତି ହେବାକୁ ରାଜି ହେଉନାହାନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଚାରପତି ହେବାକୁ ଦେଇଥିବା ସହମତିକୁ ପ୍ରତ୍ୟାହାର ମଧ୍ୟ କରି ନେଉଛନ୍ତି। ଏହା ଆଇନ ଓ ନ୍ୟାୟଳୟ ପାଇଁ ବିରାଟ କ୍ଷତି। ସରକାରଙ୍କ ପଖରେ ପ୍ରାୟ ୬୮ଟି ସୁପାରିସ ପଡ଼ି ରହିଛି। ଏହା ମଧ୍ୟରୁ ୧୧ଟି ପ୍ରସ୍ତାବ କଲେଜିୟମ ପୁନଃ ଅନୁମୋଦନ ଦେବାକୁ ସୁପାରିସ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ରସ୍ତାବକୁ ମାନିବାକୁ ସରକାର ବାଧ୍ୟ ବୋଲି ଖଣ୍ଡପୀଠ କହିଛନ୍ତି।

୨୦୧୯ରୁ କଲେଜିୟମ ସୁପାରିସ କରିଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ମାରି ନଥିବାରୁ ଆଡଭୋକେଟ ଆସୋସିଏସନ ବେଙ୍ଗାଲୁରୁ ଆଇନଜୀବୀ ପାଇ ଅମିତଙ୍କ ଜରିଆରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ କ୍ଷୁବ୍ଧ ହୋଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ସରକାର କିଛି ନାଁ ଉପରେ ପୁନଃର ବିଚାର କରିବାକୁ କହିଥିଲେ। ଏହାର ବିଚାର କରି କଲେଜିୟମ ପୁଣିଥରେ କିଛି ନାଁକୁ ଅନୁମୋଦନ ପାଇଁ ପଠାଇଥିଲେ। ହେଲେ ପୁନଃ ଯେଉଁମାନଙ୍କ ନାଁକୁ ସୁପାରିସ କରାଯାଇଥିଲା, ସେମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇନି। ଗୋଟିଏ ମାମଲାରେ ୩ଥର ଜଣଙ୍କ ନାଁକୁ ଅନୁମୋଦନ ପାଇଁ ପଠାଯାଇଥିଲା। ସୁପାରିସ କରାଯାଉଥିବା ନାଁକୁ ଅଟକାଇ ରଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଇନଜୀବୀ ଜୟତୋଶ ମଜୁମଦାରଙ୍କୁ ବିଚାରପତି ଭାବେ ପ୍ରମୋସନ ଦେବାକୁ କଲେଜିୟମ ୨୦୧୯ରେ ସୁପାରିସ କରିଥିଲେ। ତେବେ ଏହା ଉପରେ ପୁନଃ ବିଚାର କରିବାକୁ କେନ୍ଦ୍ର ସରକାର କହିଥିଲେ। ଏହାର ବିଚାର କରି କଲେଜିୟମ ପୁଣିଥରେ ତାଙ୍କ ନାଁକୁ ଅନୁମୋଦନ ପାଇଁ ପଠାଇଥିଲେ। କିନ୍ତୁ ଏଯାଏ ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ମୋହର ମାରି ନାହାନ୍ତି। ନିକଟରେ ଆଇନଜୀବୀ ମଜୁମଦାରଙ୍କ ଦେହାନ୍ତ ହୋଇଯାଇଥିବା କଥା ସୁପ୍ରିମକୋର୍ଟ ଶୁଣାଣି ବେଳେ କହିଛନ୍ତି।

The post କଲେଜିୟମ ସୁପାରିସକୁ ଅଟକାଇ ରଖୁଛି କେନ୍ଦ୍ର, କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/U2HQ6Rr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages