ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁକ୍ରବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ, ୨୦୨୨ର ସଂସଦୀୟ ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୨୩ ଦିନ ଧରି ହେବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ଟି ବୈଠକ ବସିବ। ଏହି ଅଧିବେଶନରେ ଆଇନ ପ୍ରସ୍ତୁତି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ ।
ଏଥର ଶୀତକାଳୀନ ଅଧିବେଶନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ପରିଚାଳନା କରିବେ। ଚଳିତ ଶୀତକାଳୀନ ଅଧିବେଶନରେ ସରକାର ଅନେକ ଚିଠା ପାରିତ କରିବାକୁ ଯୋଜନା କରିଛନ୍ତି।
ସେହିପରି ବିରୋଧୀ ଦଳମାନେ ମଧ୍ୟ ସେ ସବୁ ଚିଠା ଉପରେ ଆଲୋଚନା କରିବାକୁ ଦାବି କରିବେ। ଗତ ଦୁଇବର୍ଷ ହେବ କୋଭିଡ୍ କଟକଣା ସଂସଦୀୟ ଅଧିବେଶନକୁ ବିଶେଷ ପ୍ରଭାବିତ ହୋଇଥିଲା । ଏଥର କୋଭିଡ୍ ସଂକ୍ରମଣ ସଂଖ୍ୟା ବ୍ୟାପକ ହ୍ରାସ ପାଇବା ଏବଂ ଲୋକସଭା ଓ ରାଜ୍ୟସଭା ସଚିବାଳୟର ସମସ୍ତ ସାଂସଦ ଓ କର୍ମଚାରୀ ଟିକା ନେଇଥିବାରୁ ଅଧିବେଶନ ଚାଲିବା ବେଳେ କଟକଣା କୋଠର ହେବନାହିଁ।
The post ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ appeared first on Odisha Reporter.
from Odisha Reporter https://ift.tt/i6d4RKa
No comments:
Post a Comment