ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିନ୍ତା ବଢ଼ାଇଲା ସାପ କାମୁଡାଜନିତ ମୃତ୍ୟୁ। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଧିକାଂଶ ଲୋକ ସାପ କାମୁଡାର ଶିକାର ହୋଇ ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହାର ଗୁରୁତ୍ୱକୁ ହୃଦବୋଧ କରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ୬ଜଣିଆ ସଦସ୍ୟଙ୍କୁ ନେଇ ଗଠନ କରିଛି ଉଚ୍ଚସ୍ତରୀୟ କମିଟି।
ଏହି କମିଟିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଏମ୍ସ ନିର୍ଦ୍ଦେଶକ, ଏସସିବି ପ୍ରତିନିଧି, ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ, ବିଶ୍ୱବ୍ୟାଙ୍କ ପ୍ରତିନିଧି, ସ୍ନେକ ହେଲ୍ପ ଲାଇନ୍ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସାମିଲ ହୋଇଛନ୍ତି । ସାପ କାମୁଡାରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରିବା ସହିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏ ସମ୍ପର୍କରେ ଟ୍ରେନିଂ ଦିଆଯିବ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଅଧିକାଂଶ ସାପ କାମୁଡ଼ା ଘଟଣା ବନ୍ୟା, ବାତ୍ୟା ପରେ ହେଉଛି । ହେଲେ ସେଥିମଧ୍ୟରୁ ପ୍ରାୟ ୩୦% ମୃତ୍ୟୁ ଛାନିଆ ଯୋଗୁ ହେଉଛି। ସାପ କାମୁଡ଼ା ଲୋକେ ଚାଲିକି ଯିବା ଉଚିତ ନୁହେଁ, ସେମାନଙ୍କୁ ବୋହିକି ମେଡିକାଲ ନେବା କଥା। ଏସବୁ କଥା ଲୋକଙ୍କ ନିକଟରେ ପହଞ୍ଚାଇଲେ ବହୁ ଜୀବନ ବଞ୍ଚି ପାରିବ । ଏହାବାଦ ବିଭିନ୍ନ ଡାକ୍ତରଖାନାରେ ସାପ କାମୁଡ଼ା ଇଞ୍ଜେକସନ୍ ଉପଲବ୍ଧ କରାଇବା ଓ ତାହା କିପରି ରୋଗୀଙ୍କ ଉପରେ ପ୍ରୟୋଗ କରାଯିବ ସେ ନେଇ ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଆଯିବ ।
The post ସାପ କାମୁଡ଼ାକୁ ନେଇ ଚିନ୍ତା, ସଚେତନ କରିବ ଉଚ୍ଚସ୍ତରୀୟ କମିଟି appeared first on Odisha Reporter.
from Odisha Reporter https://ift.tt/vQmC5c2
No comments:
Post a Comment