ଆଇଏସଆଇଏସ ମୁଖ୍ୟ ଅବୁ ହାସନ ନିହତ, ଘୋଷଣା ହେଲା ନୂଆ ମୁଖିଆଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 30, 2022

ଆଇଏସଆଇଏସ ମୁଖ୍ୟ ଅବୁ ହାସନ ନିହତ, ଘୋଷଣା ହେଲା ନୂଆ ମୁଖିଆଙ୍କ ନାଁ

ଦୁବାଇ: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ଆଇଏସଆଇଏସ୍‌ ମୁଖ୍ୟ ଅବୁ ହାସନ ଅଲ-ହାଶିମି ଅଲ କ୍ୟୁରେଶୀ। ଯୁଦ୍ଧରେ ଅବୁ ହାସନର ମୃତ୍ୟୁ ଘଟିଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏ ସୂଚନା ଦେଇଛି। ସଂଗଠନର ଜଣେ ମୁଖପାତ୍ର କହିଛି ଯେ “ଭଗବାନଙ୍କ ଶତ୍ରୁଙ୍କ ସହ ଲଢ଼େଇ କରିବା ବେଳେ ଅବୁ ହାସନଙ୍କ ମୃତ୍ୟୁ ଘଟିଛି।” ତେବେ କେଉଁଠି ଲଢ଼େଇ ହୋଇଥିଲା ଓ କେମିତି ସେ ନିହତ ହେଲା, ସେ ବିଷୟରେ ସଂଗଠନ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦେଇନାହିଁ।

ଅବୁ ହାସନ ନିହତ ହୋଇଥିବାରୁ ସଂଗଠନ ପକ୍ଷରୁ ନୂଆ ମୁଖିଆର ନାଁ ଘୋଷଣା କରାଯାଇଛି। ଏଣିକି ଏହି କୁଖ୍ୟାତ ଆତଙ୍କବାଦୀ ସଂଗଠନର ମୁଖିଆ ଭାବେ ଅବୁ ଅଲ ହୁସେନ ଅଲ କ୍ୟୁରେଶୀ କାମ କରିବ। ସଂଗଠନ ପକ୍ଷରୁ ଅବୁ ଅଲ ହୁସେନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନି। କିନ୍ତୁ କୁହାଯାଉଛି ଯେ ସେ ଜଣେ ଭେଟରାନ ଆତଙ୍କବାଦୀ। ସଂଗଠନର ସମସ୍ତ ସଦସ୍ୟ ତା’ ପ୍ରତି ଆନୁଗତ୍ୟ ରଖିଛନ୍ତି। ଏଣିକି ତା’ ହିସାରରେ ସଂଗଠନ କାମ କରିବ।

ଏହାପୂର୍ବରୁ ଚଳିତ ବର୍ଷ ପ୍ରଥମ ଭାଗରେ ଆମେରିକା ହମଲାରେ ଆଇଏଏସର ମୁଖିଆ ଭାବେ କାମ କରୁଥିବର ଅବୁ ଇବ୍ରାହିମ ଅଲ-କ୍ୟୁରେଶୀ ମଧ୍ୟ ନିହତ ହୋଇଥିଲା। ଏହାପରେ ଅବୁ ହାସନ ଆଇଏସଆଇଏସର ମୁଖିଆ ହୋଇଥିଲା। ଏବେ ସେ ମଧ୍ୟ ଲଢ଼େଇ ବେଳେ ପ୍ରାଣ ହରାଇଛି।

ବିଭିନ୍ନ ସୁରକ୍ଷା ଏଜେନ୍ସି ଆଇଏସଆଇଏ ଉପରେ ନଜର ରଖିଥିବାରୁ ସଂଗଠନ ପୂର୍ବଭଳି ତା’ର ହିଂସାତ୍ମକ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇ ପାରୁନି। ଇରାକ ଓ ସିରିଆରେ ସକ୍ରିୟ ଥିବା ଏହି ଆତଙ୍କବାଦୀ ସଂଗଠନ ଦିନକୁ ଦିନ ଅତ୍ୟନ୍ତ ଦୁର୍ବଳ ହେବାରେ ଲାଗିଛି। ବିଶେଷ କରି ୨୦୧୯ ପରଠାରୁ ଆଇଏସଆଇଏସର ଦବଦବା ହ୍ରାସ ପାଇଛି। କାରଣ ୨୦୧୯ରେ ସଂଗଠନର ସର୍ବୋଚ୍ଚ ଲିଡର ଅବୁ ବକର ଅଲ ବାଗଦାଦିକୁ ଆମେରିକା ହତ୍ୟା କରିଥିଲା।

The post ଆଇଏସଆଇଏସ ମୁଖ୍ୟ ଅବୁ ହାସନ ନିହତ, ଘୋଷଣା ହେଲା ନୂଆ ମୁଖିଆଙ୍କ ନାଁ appeared first on Odisha Reporter.



from Odisha Reporter https://ift.tt/uhabXvp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages