ପଲିଗ୍ରାଫ ଟେଷ୍ଟ ବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଲା ଅଫତାବ, କିନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 30, 2022

ପଲିଗ୍ରାଫ ଟେଷ୍ଟ ବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଲା ଅଫତାବ, କିନ୍ତୁ..

ନୂଆଦିଲ୍ଲୀ: ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପିଲାଗ୍ରାଫ ଟେଷ୍ଟ ବେଳେ ସ୍ୱୀକାର କରିଛି ଅଫତାବ ପୁନାୱାଲା। ତେବେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅତ୍ୟନ୍ତ ଅମାନୁଷିକ ଭାବେ ୩୫ ଖଣ୍ଡ କରି କାଟି ଦେଇଥିଲେ ମଧ୍ୟ ଅଫତାବ ଏଥିପାଇଁ ଆଦୌ ଅନୁତପ୍ତ ନୁହେଁ ବୋଲି ପଲିଗ୍ରାଫ ଟେଷ୍ଟ ବେଳେ କହିଛି। ଫରେନ୍ସି ସାଇନ୍ସ ଲ୍ୟାବ(ଏଫଏସ୍‌ଏଲ) ଅଧିକାରୀ କହିଛନ୍ତି ଯେ ଅଫତାବ ହତ୍ୟା ଘଟଣାକୁ ସ୍ୱୀକାର କରିଥିଲେ ମଧ୍ୟ ନିଜର ଅପରାଧ ପାଇଁ ସେ କୌଣସି ପ୍ରକାରର ଅନୁତାପ ପ୍ରକାଶ କରୁନାହିଁ କିମ୍ବା ସେ କିଛି ବି ଭୁଲି କରି ନାହିଁ ବୋଲି କହିଛି।

ପଲିଗ୍ରାଫ ଟେଷ୍ଟ ବେଳେ ଅଫତାବ ଏହା ମଧ୍ୟ ସ୍ୱୀକାର କରିଛି ଯେ ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ସେ ଜଙ୍ଗଲରେ ଫିଙ୍ଗିଛି ଓ ଘଟଣା ପରେ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଛି। ଅଫତାବର ପଲିଗ୍ରାଫ ଟେଷ୍ଟ ବାରମ୍ବାର କରାଯାଇଥିଲେ ମଧ୍ୟ ସେ ଆଦୌ ବିଚଳିତ ହୋଇ ନଥିଲା। ସେ ଏହି ଟେଷ୍ଟ ବେଳେ ପୂରା ଘଟଣା ପୁଲିସ୍‌କୁ ପୂର୍ବରୁ କହି ସାରିଥିବା ମଧ୍ୟ କହିଛି।

ମଙ୍ଗଳବାର ପଲିଗ୍ରାଫ ଟେଷ୍ଟ ପାଇଁ ଅଫତାବକୁ ଦିଲ୍ଲୀ ପୁଲିସ୍‌ କଡ଼ା ସୁରକ୍ଷାବଳୟ ମଧ୍ୟରେ ଏଫଏସ୍‌ଏଲ ଅଫିସ ଆଣିଥିଲା। କାରଣ ଏହାର ଦିନକ ପୂର୍ବରୁ ପୁଲିସ୍‌ ଉପସ୍ଥିତିରେ ମଧ୍ୟ ଅଫତାବକୁ ନେଇ ଯାଉଥିବା ଗାଡ଼ି ଉପରେ ଖଣ୍ଡାରେ ଆକ୍ରମଣ କରିବାକୁ କିଛି ଲୋକ ଉଦ୍ୟମ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଅଧିକ ସତର୍କତା ଅବଲମ୍ବନ କରିଥିଲା।

ଅଫତାବ ମେ’ ୧୮ ତାରିଖରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲା। ଏହାପରେ ଏହି ମାଂସଖଣ୍ଡ ଗୁଡ଼ିକୁ ଫ୍ରିଜରେ ରଖିଥିଲା ଓ  ଦକ୍ଷିଣ ଦିଲ୍ଲୀରେ ଥିବା ମେହରଉଲି ଜଙ୍ଗଲରେ ପର୍ଯ୍ୟାୟକ୍ରମେ ଫିଙ୍ଗିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଘଟଣାରେ ଅଫତାବକୁ ଗିରଫ କରି ଅଧିକ ତଦନ୍ତ କରୁଛି।

ତଦନ୍ତ ବେଳେ ଅଫତାବର ପଲିଗ୍ରାଫ ଟେଷ୍ଟ କରାଯାଇଛି। ନଭେମ୍ବର ୨୫ ଓ ୨୬ ତାରିଖରେ ଅଫତାବର ପ୍ରଥମ ଦୁଇ ପର୍ଯ୍ୟାୟ ପିଲଗ୍ରାଫ ଟେଷ୍ଟ କରାଯାଇଥିଲା। ମଙ୍ଗଳବାର ମଧ୍ୟ ଆହୁରି ଅଧିକ ତଥ୍ୟ ପାଇଁ ଅଫତାବ ପଲିଗ୍ରାଫ ଟେଷ୍ଟ ହୋଇଛି। ଏବେ ବିଶେଷଜ୍ଞମାନେ ଅଫତାବର ପଲିଗ୍ରାଫ ଟେଷ୍ଟର ରିପୋର୍ଟକୁ ପ୍ରସ୍ତୁତ କରୁଛିନ୍ତି।

ମଙ୍ଗଳବାର ପଲିଗ୍ରାଫ ଟେଷ୍ଟ ପରେ ତା’ର ମେଡିକାଲ ଚେକଅପ କରାଯାଇଥିଲା। ସେ କେତେ ସୁସ୍ଥ ଅଛି, ସେକଥା ଆଜି ଜଣାପଡ଼ିବ। ଏହାପରେ ଆସନ୍ତାକାଲି ତା’ର ନାର୍କୋ ଆନାଲିସିସ ଟେଷ୍ଟ ମଧ୍ୟ କରାଯିବ।

ଅଫତାବକୁ ପୁଲିସ୍‌ ନଭେମ୍ବର ୧୨ରେ ଗିରଫ କରି ପ୍ରଥମେ ୫ ଦିନ ରିମାଣ୍ଡରେ ନେଇଥିଲା। ନଭେମ୍ବର ୧୭ରେ ଏହାକୁ ଆଉ ୫ ଦିନ ବୃଦ୍ଧି କରାଯାଇଥିଲା। ନଭେମ୍ବର ୨୨ରେ ଅଫତାବ ଆଉ ୪ ଦିନ ପୁଲିସ୍‌ ହେପାଜତକୁ ଯାଇଥିଲା। ନଭେମ୍ବର ୨୬ରେ କୋର୍ଟ ତା’କୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

The post ପଲିଗ୍ରାଫ ଟେଷ୍ଟ ବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଲା ଅଫତାବ, କିନ୍ତୁ.. appeared first on Odisha Reporter.



from Odisha Reporter https://ift.tt/iflFgPo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages