ମା’ ହେବେ ରୁବିନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 29, 2022

ମା’ ହେବେ ରୁବିନା!

ମୁମ୍ବାଇ: ଟେଲିଭିଜନର କୁଇନ୍ ରୁବିନା ଦିଲୈକ। ସେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କୁ ଡ୍ୟାନ୍ସିଂ ରିଆଲିଟି ଶୋ’ ଝଲକ ଦିଖଲା ଜା-୧୦ରେ ଦେଖିବାକୁ ମିଳିଥିଲା। ରୁବିନା ତାଙ୍କ ଷ୍ଟାଇଲ୍ ଆଉ ଲୁକ୍ସକୁ ନେଇ ସର୍ବଦା ପ୍ରଶଂସା ସାଉଁଟିଥାନ୍ତି। ଏବେ କିନ୍ତୁ ତାଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କୁଆଡେ ମା’ ହେବାକୁ ଯାଉଥିବା ଶୁଣିବାକୁ ମିଳିଛି।

ରୁବିନାଙ୍କ ଘରକୁ ଆସିବ କୁନି ଅତିଥି। ଖୁବଶୀଘ୍ର ସେ ମା’ ହେବେ। ଏଭଳି କିଛି ଖବରକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ରୁବିନା ନିକଟରେ ସ୍ୱାମୀ ଅଭିନବଙ୍କ ସହ ଏକ କ୍ଲିନିକ୍ ବାହାରେ ନଜର ଆସିଥିଲେ। ସେବେଠୁ ସେ କୁଆଡେ ଗର୍ଭବତୀ ଥିବା ନେଇ ଗୁଜବ ଆରମ୍ଭ ହୋଇଛି।

୨୦୧୮ରେ ରୁବିନା ଅଭିନବ ଶୁକ୍ଲାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହକୁ ୪ ବର୍ଷ ହେଲାଣି। ତେବେ ବିବାହର କିଛି ବର୍ଷ ପରେ ସେ ମା’ ହେବାକୁ ଯାଉଥିବା ଗୁଜବ ଆରମ୍ଭ ହୋଇଥିଲା। ଏବେ ପୁଣିଥରେ ଏଭଳି କିଛି ଗୁଜବ ଆରମ୍ଭ ହୋଇଛି।

ସେପଟେ ଏହି ମା’ ହେବା ଖବରକୁ ନେଇ ମୁହଁ ଖୋଲିଛନ୍ତି ରୁବିନା। ଏହି ଖବର ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ଗର୍ଭବତୀ ଥିବାକୁ ନେଇ ଲୋକଙ୍କ ମନରେ ଏକ ଭୁଲ ଧାରଣା ରହିଛି। ଏଥର କୌଣସି ବିଲ୍ଡିଂକୁ ଯିବା ପୂର୍ବରୁ ସେଠାରେ କ୍ଲିନିକ୍ ଅଛି ନା ନାହିଁ ଚେକ୍ କରିବାକୁ ପଡିବ। କୌଣସି କାମରେ ଗଲେ ବି ଲୋକେ ଏହାକୁ ଅନ୍ୟ ରୂପ ଦେଇଛନ୍ତି।’

The post ମା’ ହେବେ ରୁବିନା! appeared first on Odisha Reporter.



from Odisha Reporter https://ift.tt/ye2MbVz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages