ଆସିବ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 13, 2022

ଆସିବ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ହାଇଦ୍ରାବାଦ: ଖୁବଶୀଘ୍ର ଆସିବ ବ୍ଲକ ବଷ୍ଟର୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ। ଏନେଇ ଫିଲ୍ମର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ଖୋଦ୍ ସ୍ପଷ୍ଟ କରିଛନ୍ତି। ତାଙ୍କ ବାପା ଭି. ବିଜେନ୍ଦ୍ରପ୍ରସାଦ ସିକ୍ୱେଲ କାହାଣୀ ଉପରେ କାମ କରୁଛନ୍ତି ବୋଲି ରାଜାମୌଲି କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଚିକାଗୋରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏସ୍ ଏସ୍ ରାଜାମୌଲି କହିଛନ୍ତି ଯେ ମୋ ବାପା ମୋ ଫିଲ୍ମର ପ୍ରତ୍ୟେକ କାହାଣୀର ଲେଖକ ଅଟନ୍ତି। ଆମେ RRR-୨ ବିଷୟରେ ଆଲୋଚନା କରୁଛୁ ଏବଂ ସେ ଏହାର କାହାଣୀ ଉପରେ କାମ କରୁଛନ୍ତି।

‘ଆରଆରଆର’ ଚଳିତ ବର୍ଷର ସୁପରହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ବିଶ୍ୱବ୍ୟାପୀ ଧମାଲ କରିଥିଲା। ‘ଜଜଜ’ ମୁଖ୍ୟ ଭୂମିକାରେ ରାମ ଚରଣ ଏବଂ ଏନ୍‌ଟିଆର ଅଭିନୟ କରିଥିଲେ । ତାଙ୍କ ବ୍ୟତୀତ ଏହି ଫଲ୍ମରେ ଅଜୟ ଦେବଗନ୍, ଆଲିଆ ଭଟ୍ଟ ଏବଂ ଶ୍ରୀୟା ସାରନ୍ ଅଭିନୟ କରିଛନ୍ତି। ନିକଟରେ ଜାପାନରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ସେଠାରେ ତୃତୀୟ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ହୋଇପାରିଛି।

‘ଆରଆରଆର’ର କାହାଣୀ ଦୁଇ ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ ଉପରେ ଆଧାରିତ। ଏହି ଫିଲ୍ମ ୱାର୍ଲ୍ଡ ୱାଇଡ ୧୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି।

The post ଆସିବ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ appeared first on Odisha Reporter.



from Odisha Reporter https://ift.tt/eY1LTh4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages