ହଠାତ୍ ଭୁଶୁଡ଼ିିଲା ପଥର ଖଣି, ୮ ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 14, 2022

ହଠାତ୍ ଭୁଶୁଡ଼ିିଲା ପଥର ଖଣି, ୮ ଶ୍ରମିକ ମୃତ

ନୂଆଦିଲ୍ଲୀ: ଅଚାନକ ଭୁଶୁଡିଗଲା ପଥର ଖଣି। ମାଟି ତଳେ ଦବି ଗଲେ ୧୨ ଶ୍ରମିକ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଆଉ ୪ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମିଜୋରାମରେ ସୋମବାର ଏଭଳି କିଛି ଦୁର୍ଘଟଣା ଘଟିଛି।

ସୋମବାର ଅପରାହ୍ନ ପ୍ରାୟ ୩ଟାରେ ଦକ୍ଷିଣ ମିଜୋରାମର ହନାଥିଆଲ ଜିଲ୍ଲାରେ ଏହି ଘଟଣା ଘଟିଛି। ମୌଦାଢ ଗାଁ ନିକଟସ୍ଥ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍‌ର କିଛି ଶ୍ରମିକ ପଥର ଖୋଦେଇ କାମ କରୁଥିଲେ। ଏତିକି ବେଳେ ପଥର ଖଣିର କିଛି ଅଂଶ ଭୁଶୁଡିବାକୁ ଲାଗିଥିଲା। ଫଳରେ ପଥର ଓ ମାଟି ଅତଡା ତଳେ ୧୨ ଜଣ ଶ୍ରମିକ ଦବି ଯାଇଥିବା କୁହାଯାଉଛି। ଶ୍ରମିକଙ୍କ ସମେତ ଖନନ କାର୍ଯ୍ୟରେ ବ୍ୟବହାର ହୋଇଥିବା ଅନେକ ମେସିନ୍ ମଧ୍ୟ ଦବି ଯାଇଛି।

ଖବର ପାଇ ଏସ୍‌ଡିଆର୍‌ଏଫ୍‌, ବିଏସ୍‌ଏଫ୍ ଓ ଆସାମ ରାଇଫଲସ୍‌ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୮ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। କିଛି ଶ୍ରମିକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ମାଟି ତଳୁ ମିଳିଥିବା କୁହାଯାଉଛି। ଏବେବି ଆଉ ୪ ଜଣ ଶ୍ରମିକ ନିଖୋଜ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଏଠାରେ କାମ କରୁଥିବା ସମସ୍ତ ଶ୍ରମିକ ବିହାରର ବୋଲି କୁହାଯାଉଛି।

The post ହଠାତ୍ ଭୁଶୁଡ଼ିିଲା ପଥର ଖଣି, ୮ ଶ୍ରମିକ ମୃତ appeared first on Odisha Reporter.



from Odisha Reporter https://ift.tt/jvpcRS2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages