ଫୁଲବାଣୀ (ତ୍ରିନାଥ ସାହୁ): ‘ଆଉଟ ସୋର୍ସିଂ ଭଳି କୁତ୍ସିତ ପ୍ରଥା ଉଚ୍ଛେଦ କରି ଆମ ଦୁଃଖ ଦୂର କର। ୨୦ ତାରିଖ ସୁଦ୍ଧା ଆମ ଦୁଃଖ ବୁଝି ଆମ ନିଯୁକ୍ତିକୁ ସ୍ଥାୟୀ କଲେ ସୁଦୂର କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବୁ। ନଚେତ ୨୭ ତାରିଖରେ ଲୋୟର ପିଏମଜିରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବୁ।’ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇ କଳାବ୍ୟାଜ ପରିଧାନ କରିଛନ୍ତି କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଆଉଟ ସୋର୍ସିଂ କର୍ମଚାରୀ । ଓଡ଼ିଶା ରାଜ୍ୟ ଆଉଟ ସୋର୍ସିଂ କର୍ମଚାରୀ ସଂଘର ନିଷ୍ପତ୍ତି ପ୍ରକାରେ ସମସ୍ତ କର୍ମଚାରୀ କଳାବ୍ୟାଚ ପରିଧାନ କରି ନିଜ ନିଜ କାର୍ଯ୍ୟ କରୁଛନ୍ତି ।
ଆଉଟ ସୋର୍ସିଂ ଭଳି କୁତ୍ସିତ ପ୍ରଥା ଉଚ୍ଛେଦ କରିବା ସହିତ ସ୍ଥାୟୀ ନିଯୁକ୍ତି ଦାବୀରେ ଏହି କର୍ମଚାରୀମାନେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି କଳାବ୍ୟାଜ ପରିଧାନ କରିବେ ବୋଲି କହିଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆସନ୍ତା ୨୭ ତାରିଖ ଠାରୁ ଲୋୟର ପିଏମଜି ଠାରେ ଆୟୋଜିତ ଆନ୍ଦୋଳନରେ ସାମିଲ ହେବେ। ଏ ନେଇ କନ୍ଧମାଳ ଜିଲ୍ଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।
ଓଡ଼ିଶା ରାଜ୍ୟ ଆଉଟ ସୋର୍ସିଂ କର୍ମଚାରୀ ସଂଘର କନ୍ଧମାଳ ଶାଖାର ସାଧାରଣ ସମ୍ପାଦକ ପୂର୍ଣ ଚନ୍ଦ୍ର ଦାସ କହିଛନ୍ତି, ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ ଦାବିରେ ପୂର୍ବରୁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲୁ। ସ୍ଥାୟୀ କରିବାକୁ ନିବେଦନ କରିଥିଲୁ। ହେଲେ କେହି ଆମ ଦୁଃଖ ଶୁଣିଲେନି। ଏହା ପ୍ରତିବାଦରେ ୧୯ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ଧାରଣ କରିବୁ। ୨୦ ସୁଦ୍ଧା ଦୁଃଖ ବୁଝିଲେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବୁ। ନଚେତ ୨୭ ତାରିଖରେ ଲୋୟର ପିଏମଜିରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବୁ।
କନ୍ଧମାଳ ଜିଲ୍ଲା, ଆଉଟ ସୋର୍ସିଂ କର୍ମଚାରୀ ଭାଗ୍ୟଲକ୍ଷ୍ମୀ ସେଠୀ କହିଛନ୍ତି, ମୁଁ ୭ ବର୍ଷ ହେଲା କାମ କରୁଛି, ହେଲେ ଏଯାଏ ଚାକିରି ସ୍ଥାୟିତ୍ୱ ନାହିଁ। ସ୍ଥାୟୀ ନିଯୁକ୍ତି ଦାବିରେ ଆମେ ୧୯ ତାରିଖ ଯାଏ କଳାବ୍ୟାଜ ପିନ୍ଧିବୁ । ସ୍ଥାୟୀ ନିଯୁକ୍ତି ନ ହେଲେ ୨୭ ତାରିଖରେ ଲୋୟର ପିଏମଜିରେ ଧାରଣା ଦେବୁ । ସେମାନଙ୍କୁ ରେଗୁଲାର କଲେ, ଆମକୁ ବି କରିବେ ବୋଲି ଆଶା ରଖିଛୁ ।
The post ‘ଆଉଟ୍ ସୋର୍ସିଂ ପ୍ରଥା ଉଚ୍ଛେଦ କର, ନଚେତ ଆନ୍ଦୋଳନ’ appeared first on Odisha Reporter.
from Odisha Reporter https://ift.tt/MG10zYT
No comments:
Post a Comment