ପୂର୍ବତନ ପ୍ରେମିକାକୁ ହତ୍ୟା, ୬ ଖଣ୍ଡ କରି କୂଅରେ ଫିଙ୍ଗିଦେଲା ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 20, 2022

ପୂର୍ବତନ ପ୍ରେମିକାକୁ ହତ୍ୟା, ୬ ଖଣ୍ଡ କରି କୂଅରେ ଫିଙ୍ଗିଦେଲା ଯୁବକ

ଲକ୍ଷ୍ନୌ: ପୁଣି ଦିଲ୍ଲୀ ହତ୍ୟା ଘଟଣାର ପୁନରାବୃତ୍ତି। ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲା ଏଯାଏଁ ସମାଧାନ ନ ହେଉଣୁ ଏଭଳି ଏକ ସମାନ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପୂର୍ବତନ ପ୍ରେମିକାକୁ ହତ୍ୟା ପରେ ୬ ଖଣ୍ଡ କରି କାଟି ଦେଇଛି ନୃଶଂସ ପ୍ରେମିକ। କେବଳ ସେତିକି ନୁହେଁ ଖଣ୍ଡ ବିଖଣ୍ଡିତ ମରଶରୀରକୁ ପଲିଥିନ୍‌ରେ ପୂରାଇ କୂଅରେ ଫିଙ୍ଗି ଦେଇଛି ଯୁବକ। ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶର ଆଜମଗଡରେ।

ଉତ୍ତରପ୍ରଦେଶ ଆଜମଗଡର ପ୍ରିନ୍ସ ଯାଦବ ଓ ଇସାକପୁର ଗାଁର ଆରାଧନା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ବେଶ୍ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଥିଲା। କିନ୍ତୁ ଚଳିତ ବର୍ଷ ପ୍ରିନ୍ସଙ୍କୁ ଛାଡି ଅନ୍ୟ ଜଣକୁ ବିବାହ କରିନେଇଥିଲେ ଆରାଧନା। ଏହାକୁ ନେଇ ରାଗି ଯାଇଥିଲା ପ୍ରିନ୍ସ।

ନଭେମ୍ବର ୧୫ ତାରିଖରେ ପ୍ରିନ୍ସ ଆରଧନାକୁ ଦେଖା କରିବାକୁ ଡାକିଥିଲା। ଏହାପରେ ତାଙ୍କୁ ବାଇକ୍‌ରେ ବସାଇ ଏକ ମନ୍ଦିରକୁ ନେଇଥିଲା। ମନ୍ଦିରରେ ପୂର୍ବରୁ ହିଁ ପ୍ରିନ୍ସଙ୍କ ଜଣେ ସମ୍ପର୍କୀୟ ଅପେକ୍ଷା କରିଥିଲେ। ଏହାପରେ ଉଭୟ ପ୍ରିନ୍ସ ଓ ତାଙ୍କ ସମ୍ପର୍କୀୟ ମିଶି ପ୍ରଥମେ ଆରାଧନାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଏହାପରେ ଆଖୁ ବାଡକୁ ନେଇ ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ୬ ଖଣ୍ଡ କରି ପଲିଥିନ୍‌ରେ ବ୍ୟାଗ୍‌ରେ ପୂରାଇ କୂଅରେ ଫିଙ୍ଗି ଦେଇଥିଲେ। ତେବେ ଆରାଧନାଙ୍କ କଟା ମୁଣ୍ଡକୁ ଉଭୟ ଅଭିଯୁକ୍ତ ଆଖୁ ବାଡ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତ ପ୍ରିନ୍ସ ଯାଦବକୁ ଗିରଫ କରିଛି। ଗାଁର ଏକ କୂଅରୁ ମୃତ ଆରାଧନାଙ୍କ ଖଣ୍ଡବିଖଣ୍ଡିତ ମର ଶରୀରକୁ ମଧ୍ୟ ଜବତ କରିଛି ପୁଲିସ। ତେବେ ଆରାଧନାଙ୍କ କଟା ମୁଣ୍ଡକୁ ଖୋଜିବା ଘଟଣାସ୍ଥଳକୁ ଯିବା ବେଳେ ଅଭିଯୁକ୍ତ ପ୍ରିନ୍ସ ଅଧାରାସ୍ତାରେ ପୁଲିସ କବଳରୁ ଫେରାର ହେବାକୁ ଚେଷ୍ଟା କରିଥିଲା। ଏହାପରେ ପୁଲିସ ତା’ଉପରକୁ ଗୁଳିମାଡ କରିଥିଲା। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

The post ପୂର୍ବତନ ପ୍ରେମିକାକୁ ହତ୍ୟା, ୬ ଖଣ୍ଡ କରି କୂଅରେ ଫିଙ୍ଗିଦେଲା ଯୁବକ appeared first on Odisha Reporter.



from Odisha Reporter https://ift.tt/BSstFGr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages