ସବରକର ବିରୋଧୀ ମନ୍ତବ୍ୟ ଭିତରେ ସଞ୍ଜୟଙ୍କ ମନ କଥା ବୁଝିଲେ ରାହୁଲ, ସାଉଁଟିଲେ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 20, 2022

ସବରକର ବିରୋଧୀ ମନ୍ତବ୍ୟ ଭିତରେ ସଞ୍ଜୟଙ୍କ ମନ କଥା ବୁଝିଲେ ରାହୁଲ, ସାଉଁଟିଲେ ପ୍ରଶଂସା

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ବୀର ସବରକଙ୍କୁ ନେଇ ଆଦର୍ଶଗତ ବିଚାର ବିଭେଦ ସତ୍ତ୍ୱେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମାନବିକତାଙ୍କୁ ପ୍ରଶଂସା କରିଛନ୍ତି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ। ସବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ନେଇ ସମାଲୋଚନାର ସରବ୍ୟ ହୋଇଥିବା ରାହୁଲ ଗାନ୍ଧି  ସଞ୍ଜୟ ରାୱତଙ୍କ ସ୍ୱାସ୍ଥ୍ୟ କଥା ଭୁଲିନାହାନ୍ତି । ଭାରତ ଯୋଡ଼ୋ ଯାତ୍ରା ସମୟରେ ବ୍ୟସ୍ତ ରହି ମଧ୍ୟ ସେ ଫୋନ୍‌ କରି ସଞ୍ଜୟ ରାୱତଙ୍କ ସ୍ୱାସ୍ଥ୍ୟ କଥା ବୁଝିଥିଲେ। ଏକଥା ଟ୍ୱିଟ୍‌ କରି କହିଛନ୍ତି ସଞ୍ଜୟ ରାୱତ। ସେ କହିଛନ୍ତି ଯେ, ଆମ ଦଳ ସହ କଂଗ୍ରେସର ମେଣ୍ଟ ରହିଛି, ଆଦର୍ଶଗତ ମତଭେଦ ରହିଛି, ତଥାପି  ଗାନ୍ଧି ଜଣେ ସ୍ୱଚ୍ଛ ଓ ସରଳ ହୃଦୟ ମଣିଷ। ଭାରତ ଯୋଡ଼ୋ ଯାତ୍ରା ସମୟରେ ବ୍ୟସ୍ତ ରହିବା ସତ୍ତ୍ୱେ ଗତକାଲି ମଧ୍ୟ ସେ ମୋର ସ୍ୱାସ୍ଥ୍ୟ କଥେ ଫୋନ୍‌ କରି ପଚାରିଥିଲେ। ୧୧୦ ଦିନ ଧରି ଜେଲରେ ରହିବା ପରେ ଜଣକର କଷ୍ଟ ଯନ୍ତ୍ରଣାକୁ ରାହୁଲ ଅନୁଭବ କରିପାରିଥିବାରୁ ‌ଜଣେ ରାଜନୈତିକ ସହହଯୋଗୀ ଭାବେ ମୋ ପ୍ରତି ଥିବା ଭଳଭାପଇବ ଓ କରୁଣାଣୁ ପ୍ରଶଂସା କରୁଛି। ଆଜିକା ଦିନରେ ତାଙ୍କ ଭଳି ଜଣେ ଉଦାରବାଦୀ ରାଜନୈତିକ ବ୍ୟକ୍ତି ବିରଳ। ରାହୁଲ  ତାଙ୍କ ଯାତ୍ରାରେ ପ୍ରେମ, କରୁଣା ଓ ଭଲପାଇବା ବାଣ୍ଟୁଛନ୍ତି।

ସେଥିପାଇଁ ତାଙ୍କ ସହ ଲୋକେ ଯୋଡ଼ି ହେଉଛନ୍ତି। ଫଳରେ ଭାରତ ଯୋଡ଼ୋ ଯାତ୍ରା ଅଧିକ ଲୋକ ପ୍ରିୟ ହେବାରେ ଲାଗିଛି। କିଛି ଦିନ ତଳେ ସବରକରଙ୍କ ବିରୋଧରେ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ଓ ଶିବସେନା (ଉଦ୍ଧବ) ମଧ୍ୟରେ ବିବାଦ ଦେଖାଦେଇଛି ।  ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ,  ସ୍ୱାଧୀନତା ପୂର୍ବରୁ ସବରକର ବ୍ରିଟିଶମାନଙ୍କୁ କ୍ଷମା ପ୍ରାର୍ଥନା କରି ମହାତ୍ମା ଗାନ୍ଧି, ଜବାହରଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ। ସବରକର ବ୍ରିଟିସରଙ୍କୁ  ଚିଠିରେ ଲେଖିଥିଲେ ‘ସାର ମୁ ତୁମର ଅତ୍ୟନ୍ତ ଅନୁଗତ ହୋଇ ରହିବାକୁ ଚାହେଁ। ଆପଣ ଯାହା କହିବେ ମୁଁ ମାନିବାକୁ ରାଜି। ସବରକର ବ୍ରିଟିସରମାନଙ୍କୁ ସାହାଯ୍ୟ କରିଥିଲେ।

ସେ ଏହି ଚିଠି ଲେଖି ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ପରି ବିଶ୍ୱାସଘାତକତା କରିଥିଲେ। ଭାରତ ଯୋଡ଼ ଯାତ୍ରା ବେଳେ ସବରକରଙ୍କ ସମ୍ପର୍କରେ ରାହୁଲ ଗାନ୍ଧିଙ୍କ ବୟାନର ଏପରି ପ୍ରତିକ୍ରିୟା ଦେଖାଦେଇଛି ଯେ ତାହା ମହା ବିକାଶ ଅଘାଡି (ଏମଭିଏ) ମେଣ୍ଟର ସ୍ଥିତି ପ୍ରତି ବିପଦ ସୃଷ୍ଟି କରିଛି।  ଶିବସେନା (ଉଦ୍ଧବ) ପକ୍ଷରୁ ଏ ପ୍ରସଙ୍ଗରେ କୁହାଯାଇଛି ଯେ, ତାଙ୍କ ଦଳ କଂଗ୍ରେସ ନେତା ରାହୁଲଙ୍କ ମନ୍ତବ୍ୟ ସହ ସହମତ ନୁହେଁ । ଶିବସେନା ସାଂସଦ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ଯେ ଏମଭିଏ ମେଣ୍ଟ ଛାଡ଼ିବା ସଂପର୍କରେ ଉଦ୍ଧବ ଠାକରେ ନିଷ୍ପତ୍ତି ନେବେ । ଏହା ପୂର୍ବରୁ ଶିବସେନା ନେତା ସଂଜୟ ରାଉତ କହିଥିଲେ ଯେ ସବରକର ପ୍ରସଙ୍ଗ ତାଙ୍କ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

The post ସବରକର ବିରୋଧୀ ମନ୍ତବ୍ୟ ଭିତରେ ସଞ୍ଜୟଙ୍କ ମନ କଥା ବୁଝିଲେ ରାହୁଲ, ସାଉଁଟିଲେ ପ୍ରଶଂସା appeared first on Odisha Reporter.



from Odisha Reporter https://ift.tt/ULfoJzg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages