ଶ୍ରାଦ୍ଧ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୧୮ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 26, 2022

ଶ୍ରାଦ୍ଧ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୧୮ ଆହତ

ପାଟନା: ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ମାଡ଼ିଗଲା କାର୍। ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ସାରଣ ଅଞ୍ଚଳରେ ଘଟିଛି ଏଭଳି ବଡ ଦୁର୍ଘଟଣା।

ସୂଚନା ମୁତାବକ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ୟକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏତିକି ବେଳେ ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଫଲରେ ଏଥିରେ ୧୮ ଜଣ ଗୁରୁତର ହୋଇଛନ୍ତି। ଏଥିସହ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ବନ୍ଦ କରି ବିରୋଧ ପ୍ରଶର୍ଦନ କରିଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ କାର୍ ଚାଳକଙ୍କୁ ଅଟକ ରଖିଛି। କାର୍ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥାଇ ଗାଡି ଚଳାଇଥିବା ଗାଁ ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

The post ଶ୍ରାଦ୍ଧ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୧୮ ଆହତ appeared first on Odisha Reporter.



from Odisha Reporter https://ift.tt/TRWozam

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages