ଷ୍ଟେଜ ଉପରେ କିସ କରିଦେଲେ ବର, ରାଗରେ ବାହାଘର ଭାଙ୍ଗିଦେଲେ କନ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 30, 2022

ଷ୍ଟେଜ ଉପରେ କିସ କରିଦେଲେ ବର, ରାଗରେ ବାହାଘର ଭାଙ୍ଗିଦେଲେ କନ୍ୟା

ବରେଲୀ: ସର୍ବସମ୍ମୁଖରେ କନ୍ୟାକୁ କିସ୍‌ କରିବା ବରଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ କନ୍ୟା ଜଣଙ୍କ ବାହାଘରକୁ ଶେଷ ମୁହୂର୍ତ୍ତରେ ଭାଙ୍ଗି ଦେବା ସହ ପୁଲିସ୍‌କୁ ଡାକି ବରଙ୍କୁ ସର୍ବସମ୍ମୁଖରେ ବେଇଜତ କରିଛନ୍ତି। ଉତ୍ତର ପ୍ରଦେଶର ସମ୍ଭଲରେ ଏପରି ଏକ ରୋଚକ ଘଟଣା ଘଟିଛି।

ମଙ୍ଗଳବାର ରାତିରେ ଗୋଟିଏ ବିବାହ କାର୍ଯ୍ୟକ୍ରମରେ ଏହା ଘଟିଥିଲା। ବାହା ହେବାକୁ ଯାଉଥିବା ବରକନ୍ୟା ଷ୍ଟେଜ ଉପରେ ପରସ୍ପରକୁ ଫୁଲ ମାଳ ପିନ୍ଧାଇଥିଲେ। ଏହି ସମୟରେ ଷ୍ଟେଜ ସାମ୍ନାରେ ପ୍ରାୟ ୩୦୦ ଅତିଥି ରହିଥିଲେ। ମାଳ ପିନ୍ଧିବା ପରେ ସମସ୍ତଙ୍କୁ ଚକିତ କରି ବର ଜଣଙ୍କ ନିଜ ଭାବୀ ପତ୍ନୀଙ୍କୁ ଷ୍ଟେଜ ଉପରେ ସ୍ନେହରେ କିସ୍‌ କରିଦେଇଥିଲେ।

ବାସ୍‌ ଏତିକି କଥାରେ କନ୍ୟା ଜଣଙ୍କ ରାଗି ପାଚି ଲାଲ ପଡ଼ି ଯାଇଥିଲେ। ସେ ତୁରନ୍ତ ଷ୍ଟେଜ ଉପରୁ ତଳକୁ ଚାଲି ଆସିଥିଲେ ଓ ବାହ ହେବାକୁ ମନା କରି ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ।

୨୩ ବର୍ଷୀୟ ଯୁବତୀଙ୍କ ଜଣଙ୍କ କହିବା କଥା ଯେ ସାଙ୍ଗମାନଙ୍କ ସହ ବାଜି ଲଗାଇ ବର ଜଣଙ୍କ ତାଙ୍କୁ ସର୍ବସମ୍ମୁଖରେ କିସ କରିଥିଲେ। ତେଣୁ ସେ ତାଙ୍କ ଚରିତ୍ର ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

ବାହାଘର ଅଧାରୁ ଭାଙ୍ଗି ଯିବାରୁ ଅତିଥିମାନେ ମଧ୍ୟ ଘରକୁ ଫେରି ଯାଇଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କନ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା। ହେଲେ ସେ କାହା କଥା ବି ଶୁଣି ନାହାନ୍ତି।

କନ୍ୟା ଜଣଙ୍କ ପୁଲିସ୍‌କୁ ଡାକିବା ପରେ ଉଭୟ ପକ୍ଷ ଥାନାକୁ ଯାଇଥିଲେ। ସେଠାରେ କନ୍ୟା ଜଣଙ୍କ କହିଛନ୍ତି ଯେ “ଆମେ ଷ୍ଟେଜରେ ଥିବା ବେଳେ ସେ(ବର) ମୋତେ ଅତ୍ୟନ୍ତ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ତଥାପି ମୁଁ ଏହାକୁ ଅଣଦେଖା କରିଥିଲି।

ଏହାପରେ ସେ ଅତ୍ୟନ୍ତ ଅଭଦ୍ରଙ୍କ ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟାଇଥିଲେ। ମୁଁ ପୂରା ସ୍ତବ୍ଧ ହୋଇଯିବା ସହ ଅପମାନିତ ଅନୁଭବ କରିଥିଲି। ସେ ଆଦୌ ମୋ ଆତ୍ମସମ୍ମାନ କଥା ଚିନ୍ତା କରି ନଥିଲେ। ଅତିଥିମାନଙ୍କ ସାମ୍ନାରେ ସେ ଅଭଦ୍ର ଶୋଭାବ ପ୍ରଦର୍ଶନ କରିଛନ୍ତି। ଏପରି ସ୍ଥିତିରେ ସେ ଭବିଷ୍ୟତରେ କେମିତି ବ୍ୟବହାର କରିବେ? ତେଣୁ ମୁଁ ତାଙ୍କ ସହ ବିବାହ କରିବାକୁ ମନା କରିଦେଇଛି।”

କନ୍ୟାଙ୍କ ମା’ କହିଛନ୍ତି, “ମୋ ଭାବୀ ଜ୍ୱାଇଁଙ୍କୁ ତାଙ୍କ ସାଙ୍ଗମାନେ ଉସକାଇଥିଲେ। ଏବେ ମୋ ଝିଅ ତାଙ୍କ ସହ ଯିବାକୁ ଚାହୁଁନି। ଆମେ ସମସ୍ତେ ଝିଅକୁ ବୁଝାଇବାକୁ ଚେଷ୍ଟା କରିଛୁ। ହେଲେ ସେ ଆଦୌ ରାଜି ହେଉନି। ଆମର ଆଶା ଆଗାମୀ ଦିନରେ ସବୁ କିଛି ଠିକ ହୋଇଯିବ। ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।”

ବାହଜୋଇ ଷ୍ଟେସନ ହାଉସ ଅଫିସର ପଙ୍କଜ ଲାଭାନିଆ କହିଛନ୍ତି, “ପରମ୍ପରାକୁ ବିଚାରକୁ ନେଲେ ଉଭୟ ବିବାହ କରି ସାରିଛନ୍ତି। ଘଟଣା ଘଟିବା ପୂର୍ବରୁ ବାହାଘରର ସବୁ ରୀତିନୀତି ଶେଷ ହୋଇଯାଇଥିଲା। କିନ୍ତୁ ଯୁବତୀ ଜଣଙ୍କ ୨୬ ବର୍ଷୀୟ ବର ବିବେକ ଅଗ୍ନିହୋତ୍ରୀଙ୍କ ସହ ଯିବାକୁ ମନା କରି ଦେଇଛନ୍ତି। ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ତେଣୁ ଆମକୁ ସ୍ଥିତି ଥଣ୍ଡା ପଡ଼ିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।”

ଏହାପୂର୍ବରୁ ଶାହଦଜାହନପୁର ଓ ଲକ୍ଷ୍ମୀପୁର ଖେରିରେ ମଧ୍ୟ ଦୁଇଟି ବିବାହ ଶେଷ ମୁହୂର୍ତ୍ତରେ ଭାଙ୍ଗି ଯାଇଥିଲା। ବାହା ହେବାକୁ ଯାଉଥିବା ବର ନାଗିନ ଡ୍ୟାନ୍ସ କରିବାରୁ ଏପରି ଘଟଣା ଘଟିଥିଲା।

The post ଷ୍ଟେଜ ଉପରେ କିସ କରିଦେଲେ ବର, ରାଗରେ ବାହାଘର ଭାଙ୍ଗିଦେଲେ କନ୍ୟା appeared first on Odisha Reporter.



from Odisha Reporter https://ift.tt/pnd8Y92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages