ବେଜିଂ: କରୋନା କଟକଣାକୁ ବିରୋଧ। ଚୀନ୍ରେ ବ୍ୟାପିବାରେ ଲାଗିଛି ଜିରୋ କୋଭିଡ ପଲିସି ନିଆଁ। ହଜାର ହଜାର ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। ସାଙ୍ଘାଇରୁ ଆରମ୍ଭ ହୋଇଥିବା ଏହି ବିରୋଧ ଏବେ ଚୀନର ବିଭିନ୍ନ ସହରକୁ ବ୍ୟାପିଛି। ଲୋକେ ଜୋରଦାର ବିରୋଧ କରିବା ସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି। ଏଥିସହ ଲକଡାଉନ୍ ହଟାଇବାକୁ ମଧ୍ୟ ଦାବି ଜୋର୍ ଧରିଛି।
ଚୀନରେ ଲଗାତାର ୪ ଦିନ ହେବ କରୋନା ସଂକ୍ରମଣ ରେକର୍ଡ ମାତ୍ରାରେ ବଢିବାକୁ ଲାଗିଛି। ସଂକ୍ରମଣ ରୋକିବାକୁ ଚୀନ ସରକାର ଜିରୋ କୋଭିଡ ନୀତି ଆପଣାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଜନସାଧାରଣ। ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବା ବେଳେ ବିକ୍ଷୋଭକାରୀମାନେ ଜିନପିଙ୍ଗଙ୍କ ବିରୋଧରେ ନାରାବାଜି କରିଛନ୍ତି।
ଗତ ୨୪ ଘଣ୍ଟାରେ ଚୀନରେ ପ୍ରାୟ ୪୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ୮୦ ପ୍ରତିଶତରୁ ଅଧିକ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନଥିବା ଦେଖିବାକୁ ମିଳିଛି। ଯାହା ଚୀନ ସରକାରଙ୍କ ଚିନ୍ତା ବଢାଇଦେଇଛି।
ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଦିନ ଚୀନରେ ସିନଜିଆଙ୍ଗ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା, ହେଲେ କରୋନା କଟକଣା ଯୋଗୁ ଅଗ୍ନିଶମ ବିଭାଗ ସେଠାରେ ନିଆଁ ଲିଭାଇବାକୁ ପହଞ୍ଚି ପାରିନଥିଲା। ଫଳରେ ଏହି ଅଗ୍ନିକାଣ୍ଡ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ବିକ୍ଷୋଭ ବଢିବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ କେତେକ ସହରରେ ଲକଡାଉନ ଜାରି କରାଯାଇଛି। ବିଶ୍ୱର ଏବେ ସବୁ ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ କେବଳ ଚୀନରେ ସଂକ୍ରମଣ ବଢିବାରେ ଲାଗିଛି, ଯାହା ଚୀନ୍ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
The post ଜିରୋ କୋଭିଡ ପଲିସିକୁ ନେଇ ତୁମୁଳକାଣ୍ଡ, ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ appeared first on Odisha Reporter.
from Odisha Reporter https://ift.tt/beC6RF9
No comments:
Post a Comment