ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ; ସିନ୍ଦେ କହିଲେ- ଇଞ୍ଚେ ବି ଜାଗା ଦେବୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 24, 2022

ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ; ସିନ୍ଦେ କହିଲେ- ଇଞ୍ଚେ ବି ଜାଗା ଦେବୁନି

ମୁମ୍ବାଇ: ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର। ମହାରାଷ୍ଟ୍ରର ଏକ ଇଞ୍ଚ ଜମି ବି କାହାକୁ ନେବାବୁ ଦିଆଯିବନି ବୋଲି ଖୁଲମଖୁଲା ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅପରପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ  ବାସବରାଜ ବମ୍ମାଇ କହିଛନ୍ତି ଯେ, ଆମ ରାଜ୍ୟର ସୀମା ରକ୍ଷା କରିବାରେ ଆମେ ସକ୍ଷମ । ଆଗକୁ ଏହି ବିବାଦ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

ଗୁରୁବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଏକନାଥ ସିନ୍ଦେ କହିଥିଲେ, “ସୀମାନ୍ତବର୍ତ୍ତୀ ମରାଠୀ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆମେ କାର୍ଯ୍ୟ କରୁଛୁ। ମହାରାଷ୍ଟ୍ରରୁ ଏକ ଇଞ୍ଚ ମଧ୍ୟ ଜାଗା ଯିବାକୁ ଅନୁମତି ଦିଆଯିବ ନାହିଁ।” ସେ କହିଛନ୍ତି ଯେ ୪୦ଟି ଗାଁର ସମସ୍ୟାର ସମାଧାନ କରିବା ଆମ ସରକାରଙ୍କ ଦାୟିତ୍ୱ ଅଟେ।

ଏହାପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ। ଠାକରେ ମଧ୍ୟ ସିନ୍ଦେଙ୍କୁ ଟାର୍ଗେଟ କରି କହିଛନ୍ତି ଯେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏତେ ସହଜରେ ମହାରାଷ୍ଟ୍ରର ଗ୍ରାମକୁ ନିଜର ବୋଲି କିପରି ଦାବି କରି ପାରୁଛନ୍ତି। ଆମେ ଆମର ସାହସ ହରାଇଛୁ କି?

ଏହାପୂର୍ବରୁ କର୍ଣ୍ଣାଟକ ସିଏମ ବମ୍ମାଇ କହିଥିଲେ ଯେ, ସୀମା ରେଖା ବିବାଦ ମହାରାଷ୍ଟ୍ରରେ ସବୁ ସରକାରର ଏକ ରାଜନୈତିକ ପ୍ରସଙ୍ଗ ହୋଇସାରିଛି। କ୍ଷମତାରେ ଥିବା ଯେକୌଣସି  ପାର୍ଟି ଏହି ପ୍ରସଙ୍ଗ ଉଠାଉଛନ୍ତି। ଏଥିସହ ସେ କହିଥିଲେ, ମୋର ସରକାର କର୍ଣ୍ଣାଟକର ସୀମା ରକ୍ଷା କରିବାରେ ସକ୍ଷମ ଏବଂ ଏଥିନିମନ୍ତେ ଉଚିତ ପଦକ୍ଷେପ ମଧ୍ୟ ନିଆଯାଉଛି।

ବମ୍ମାଇ ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କେତେକ ଗ୍ରାମ ଜଳ ସଙ୍କଟ ଦେଇ ଗତି କରୁଛି। ଏହି ସବୁ ଗ୍ରାମକୁ କର୍ଣ୍ଣାଟକ ସହ ମିଶ୍ରଣ ଦାବିରେ ଏକ ସଂକଳ୍ପ ପାରିତ ହୋଇଛି। ଏହା ପରେ ଉଭୟ ରାଜ୍ୟର ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ବେଳେ ତାହା ଦିନକୁ ଦିନ ବିବାଦୀୟ ମୋଡ଼ ନେବାରେ ଲାଗିଛ।

The post ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ; ସିନ୍ଦେ କହିଲେ- ଇଞ୍ଚେ ବି ଜାଗା ଦେବୁନି appeared first on Odisha Reporter.



from Odisha Reporter https://ift.tt/GZT3AYr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages