ବଟର ଫ୍ଲାଏ ଚିକେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 24, 2022

ବଟର ଫ୍ଲାଏ ଚିକେନ

ଆବଶ୍ୟକ ସାମଗ୍ରୀ ବୋନଲେସ ଚିକେନ, ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଆଳୁ, ଲୁଣ, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର, ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଅଦାରସୁଣ ପେଷ୍ଟ, ବଟର, ସୋୟା ସସ୍‌, କନ୍‌ଫ୍ଲୋର, ମଇଦା, ଲେମ୍ବୁ, ଚିଲି ସସ୍‌, ଟମାଟୋ ସସ୍‌, ଲଙ୍କା ପାଉଡର, ଗରମ ମସଲା, କଲ୍‌ର ପାଉଡର ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ମସଲାଟିକୁ  କିଛି ସମୟ ପାଇଁ ଫ୍ରିଜରେ ରଖି ଦିଅନ୍ତୁ।

ପରେ ଆଳୁକୁ ଚୋପା ଛଡ଼ାଇ ଗୋଲ ଗୋଲ କାଟି ରଖି ରଖନ୍ତୁ। ଏହା ପରେ କାଠିରେ ଆଳୁ ଓ ଗୋଳାଇ ରଖିଥିବା ଚିକେନକୁ ଫୋଡ଼ି ତେଲରେ ଛାଣନ୍ତୁ। ଏହି ସମୟରେ ଗ୍ୟାସ ଆଞ୍ଚକୁ ସିମ୍‌ରେ ରଖନ୍ତୁ। ମଝିମଝିରେ ଏହାକୁ ଗୋଳାଇ ଦିଅନ୍ତୁ। ଏହା ଛାଣି ହୋଇଗଲା ପରେ ବାହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଫ୍ଲାଏ ଚିକେନ। ପରେ ଏହାକୁ କାକୁଡି ଓ ଟମାଟୋ ଦେଇ ସଜାଇ ପାରିବେ। ଏହାକୁ ଆପଣ ରୁଟି ସହ ଚଟଣି  ସହ ଖାଇପାରିବେ।

 

 

 

The post ବଟର ଫ୍ଲାଏ ଚିକେନ appeared first on Odisha Reporter.



from Odisha Reporter https://ift.tt/zuobhQ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages