ଲସ୍ଏଞ୍ଜଲିସ: ଆଖି ବୁଜିଲେ ଆଉ ଜଣେ ଫେମସ୍ ହଲିଉଡ ଅଭିନେତା ଜେସନ୍ ଡେଭିଡ୍ ଫ୍ରାଙ୍କ। ଅରିଜନାଲ ପାୱାର୍ ରେଞ୍ଜର୍ ଷ୍ଟାର ଜେସନଙ୍କୁ ମୃତ୍ୟୁ ବେଳକୁ ୪୯ ବର୍ଷ ବୟସ ହୋଇଥିଲା। ରିପୋର୍ଟ ମୁତାବକ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କ ମୃତ୍ୟୁ ନେଇ ତାଙ୍କର ଜଣେ କୋ-ଷ୍ଟାର୍ ୱାଲ୍ଟର ଇ ଜୋନ୍ସ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଅଭିନେତା ତଥା ମାର୍ଶଲ ଆର୍ଟିଷ୍ଟ ଜେସନଙ୍କ ଟେକ୍ସାସ୍ରେ ମୃତ୍ୟୁ ହୋଇଛି। ଜେସନଙ୍କ ଆଉ ଜଣେ କୋ-ଷ୍ଟାର ଏଜେଣ୍ଟ ଜଷ୍ଟିନ୍ ତାଙ୍କ ମୁତ୍ୟୁକୁ ନେଇ ଶୋକପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଆମେ ଆମର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖିତ।
୨୮ ଅଗଷ୍ଟ ୧୯୯୩ରେ ହଲିଉଡ ସିରିଜ ପାୱାର ରେଞ୍ଜରର ପ୍ରସାରିତ ହୋଇଥିଲା। ଏହି ଶୋ’ ୧୯୯୫ ଯାଏଁ ଚାଲିଥିଲା। ୧୪୫ ଏପିସୋଡ୍ ଏହାର ଟେଲିକାଷ୍ଟର ତିନୋଟି ସେସନରେ ପ୍ରସାରିତ ହୋଇଥିଲା। ପ୍ରଥମ ସିଜନ୍ରେ ଜେସନ୍ ଟିମ୍ ଅଲିଭର୍ ଭୂମିକାରେ ନଜର ଆସିଥିଲେ। ଏହି ଚରିତ୍ରରେ ଅଭିନୟ କରି ସେ ବେଶ୍ ଲୋକପ୍ରିୟତା ସାଉଁଟିଥିଲେ। ଏହାପରେ ଦ୍ୱିତୀୟ ସିଜନରେ ସେ ଗ୍ରୀନ୍ ରେଞ୍ଜର୍ ରୂପେ ନଜର ଆସିଥିଲେ। ଏହାପରେ ତାଙ୍କ ଲୋକପ୍ରିୟତା ଦେଖି ତୃତୀୟ ସିଜନ୍ରେ ତାଙ୍କୁ ୱାଇଟ୍ ରେଞ୍ଜର ଭୂମିକା ଦିଆଯାଇଥିଲା।
କରାଟେରେ ଅଷ୍ଟମ ଡିଗ୍ରୀର ବ୍ଲାକ୍ ବେଲ୍ଟ ହାସଲ କରିଥିବା ଫ୍ରାଙ୍କ ୧୯୯୬ରେ ରେଡ୍ ଜିରୋ ରେଞ୍ଜର୍ ରୂପରେ ନୂଆ ନାଁ ଓ ନୂଆ ପାୱାର୍ ସହ ଶୋ’କୁ ଫେରିଥିଲେ। ଏହାର ୫୦ଟି ଏପିସୋଡ୍ ପ୍ରସାରିତ ହୋଇଥିଲା।
View this post on Instagram
The post ଆତ୍ମହତ୍ୟା କଲେ ହଲିଉଡ ଅଭିନେତା ଜେସନ୍ ଡେଭିଡ୍ appeared first on Odisha Reporter.
from Odisha Reporter https://ift.tt/z2HBcFj
No comments:
Post a Comment