ମହଙ୍ଗା ପଡ଼ିଲା ଫଟୋ ପୋଷ୍ଟ, ନିର୍ବାଚନୀ ଦାୟିତ୍ୱରୁ ହଟିଲେ ଆଇଏଏସ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 18, 2022

ମହଙ୍ଗା ପଡ଼ିଲା ଫଟୋ ପୋଷ୍ଟ, ନିର୍ବାଚନୀ ଦାୟିତ୍ୱରୁ ହଟିଲେ ଆଇଏଏସ ଅଧିକାରୀ

ନୂଆଦିଲ୍ଲୀ: ନିର୍ବାଚନୀ ଡ୍ୟୁଟିରେ ଥିବା ଜଣେ ଆଇଏଏସ ଅଧିକାରୀଙ୍କୁ ଅଫିସ ପ୍ରଦତ୍ତ କାରରେ ଫଟୋ ଉଠାଇ ସୋଶାଲ ମିଡିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ତାଙ୍କୁ ନିର୍ବାଚନୀ ଦାୟିତ୍ୱରୁ ଅପସାରଣ କରାଯାଇଛି।  ଗୁଜରାଟରେ ଆଗକୁ ନିର୍ବାଚନ ଥିବା ବେଳେ ଆଇଏଏସ୍ ଅଧିକାରୀ ଅଭିଷେକ ସିଂ ନିଜ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ତାଙ୍କୁ  ନିର୍ବାଚନୀ ଡ୍ୟୁଟିରୁ ହଟାଇ ଦିଆଯାଇଛି। ଏହାପରେ ଆଇଏଏସ୍ ଅଧିକାରୀ ଅଭିଷେକ ସିଂ ଶୁକ୍ରବାର ଟ୍ୱିଟରରେ ପୋଷ୍ଟ କାରି ନିର୍ବାଚନ କମିଶନଙ୍କ କାର୍ଯ୍ୟାନଷ୍ଠାନୁଷ୍ଠାନକୁ ସ୍ୱାଗତ କରିଛନ୍ତି। ସେ ଲେଖିଛନ୍ତି ଯେ ମୁଁ ମାନବିକତାର ସହ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ  ଗ୍ରହଣ କରୁଛି। କିନ୍ତୁ ତାଙ୍କ ପୋଷ୍ଟରେ କୌଣସି ଭୁଲ ନାହିଁ ବୋଲି ସେ ବିଶ୍ୱାସ କରନ୍ତି ।

ଜଣେ ସରକାରୀ କର୍ମଚାରୀ ହୋଇ  ଜନସାଧାରଣଙ୍କ ଟଙ୍କାରେ  କିଣାଯାଇଥିବା କାର, ଅନ୍ୟସରକାରୀ କର୍ମଚାରୀଙ୍କ ସହ ସରକାରୀ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା କିଛି ଭୁଲ ନୁହଁ। ଏଥିରେ କୌଣସି ପବ୍ଲିସିଟି କିମ୍ବା ଷ୍ଟଣ୍ଟ ନଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ଆଇଏଏସ୍ ଅଧିକାରୀ ଅଭିଷେକ ସିଂଙ୍କୁ ଅହମ୍ମଦାବରଦରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଥିଲା। ଏହା ପରେ ଅଭିଷେକଙ୍କୁ ମିଳିଥିବା ସରକାରୀ କାରରେ ଅନ୍ୟ ଅଧିକାରୀଙ୍କ ସହ ଫଟୋ ଉଠାଇ ନିର୍ବାଚନ ଦାୟିତ୍ୱ ସମ୍ପର୍କରେ  ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

ଏହି ଫଟୋରେ ଜଣେ ସୁରକ୍ଷା କର୍ମୀ ମଧ୍ୟ ଥିବା ଲକ୍ଷ କରାଯାଇଛି। ଉତ୍ତରପ୍ରଦେଶର କ୍ୟାଡର ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନ ଆୟୋଗର ପଦକ୍ଷେପକୁ ନମ୍ରତା ସହ ଗ୍ରହଣ କରୁଛନ୍ତି। ଅହମ୍ମଦାବାଦର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ବାପୁନାଗର ଏବଂ ଆସାରୱା ପାଇଁ ଅଭିଷେକ ସିଂଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଥିଲା। ଶ୍ରୀ ସିଂ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଦୁଇଟି ଫଟୋ ସେୟାର କରିଥିଲେ। ନିର୍ବାଚନ ଆୟୋଗ ସମ୍ପୃକ୍ତ ଅଧିକାରୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ଅତ୍ୟନ୍ତ ଗୁରୁତର ସହ ନେଇଥିଲେ।  ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଡ୍ୟୁଟିରୁ ବାରଣ କରାଯାଇଛି।

The post ମହଙ୍ଗା ପଡ଼ିଲା ଫଟୋ ପୋଷ୍ଟ, ନିର୍ବାଚନୀ ଦାୟିତ୍ୱରୁ ହଟିଲେ ଆଇଏଏସ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/kCOy5PK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages