୩୨.୫ ହଜାର କୋଟି ଟଙ୍କାର ଟେସଲା ଶେୟାର ବିକିଲେ ଏଲନ ମସ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 8, 2022

୩୨.୫ ହଜାର କୋଟି ଟଙ୍କାର ଟେସଲା ଶେୟାର ବିକିଲେ ଏଲନ ମସ୍କ

ୱାଶିଂଟନ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ତାଙ୍କ ପୁରୁଣା କାର୍‌ କମ୍ପାନୀର ଟେସଲାର ୧୯.୫ ମିଲିୟନ ଶେୟାରକୁ ବିକ୍ରି କରିଦେଛନ୍ତି। ସେ ମୋଟ ୩.୯୫ ବିଲିୟନ ଡଲାର ବା ୩୨.୫ ହଜାର କୋଟି ଟଙ୍କା ମୂଲ୍ୟରେ ଏହି ଶେୟାରକୁ ବିକ୍ରି କରିଛନ୍ତି। ଏହାକୁ ମିଶାଇ ମସ୍କ ଇତି ମଧ୍ୟରେ ଟେସଲାର ମୋଟ ୨୦ ବିଲିୟନ ଡଲାରର ଶେୟାର ବିକ୍ରି କରି ସାରିଲେଣି।

ଏହାପୂର୍ବରୁ ସେ ଏପ୍ରିଲ ଓ ଅଗଷ୍ଟ ମାସରେ କମ୍ପାନୀର ୧୫.୪ ବିଲିୟନ ଡଲାରର ମୂଲ୍ୟର ଶେୟାର ବିକ୍ରି କରିଥିଲେ। ଏହି ସମୟରେ ସେ ଆଉ ଅଧିକ ପରିମାଣର ଶେୟାର ବିକ୍ରି କରିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ଟ୍ୱିଟକୁ କିଣିବା ପରେ ସେ ପୁଣିଥରେ ନିଜ ଯୋଜନାକୁ ବଦଳାଇ ଟେସଲାର ଶେୟାର ବିକ୍ରି କରିଛନ୍ତି।


ଟେସଲା ହେଉଛି ଏଲନ୍ ମସ୍କର ଇଲେକ୍ଟ୍ରିକ୍ କାର୍ ନିର୍ମାଣକାରୀ କମ୍ପାନୀ। ମସ୍କ ମଧ୍ୟ ଏହି କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଟ୍ୱିଟରକୁ କିଣିବା ପୂର୍ବରୁ ସେ ବୈଦୁତିକ ଯାନ କମ୍ପାନୀରେ ୭.୯୨ ମିଲିୟନ ଡଲାରର ଅଂଶଧନ ବିକ୍ରି କରିଥିଲେ। କମ୍ପାନୀର ସିକ୍ୟୁରିଟି ଫାଇଲ ଆଧାରାରେ ରଏଟର୍ସ ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଟେସଲା ଗୋଟିଏ ସିକ୍ୟୁରିଟି ଦାଖଲ ନିୟାମକଙ୍କୁ କହିଛି ଯେ କମ୍ପାନୀର ସିଇଓ ମସ୍କ ୭.୯୨ ମିଲିୟନ୍ ଶେୟାର ବିକ୍ରି କରିଛନ୍ତି। ଏଥିରୁ ତାଙ୍କୁ ୬.୯ ବିଲିୟନ ଡଲାର୍ ମିଳିଛି।

ଚଳିତ ବର୍ଷ ଏପ୍ରିଲ୍ ୪ରେ ମସ୍କ ଟ୍ୱିଟର ୯.୨% ଅଂଶଧନ କିଣିଥିଲେ। ଏହା ସହିତ ସେ କମ୍ପାନୀର ସବୁଠାରୁ ବଡ଼ ଅଂଶୀଦାର ବନିଯାଇଥିଲେ। ଏହାପରେ ସେ ଟ୍ୱିଟରକୁ ଶେୟାର ପିଛା ୫୪.୨ ଡଲାର ଲେଖାଏ ଦେଇ ମୋଟ ୪୪ ବିଲିୟନ ଡଲାର ବଳରେ ପୂରା କମ୍ପାନୀକୁ କିଣିବାକୁ ପ୍ରସ୍ତାବ ଦେଇଥିଲେ।

ପ୍ରଥମେ କମ୍ପାନୀ ଏହି ଅଫରକୁ ଗ୍ରହଣ କରିନଥିଲା। କିନ୍ତୁ କିଛି ଦିନ ପରେ ଏହାର ଅଂଶୀଦାରମାନେ ଏହି ଡିଲରେ ରାଜି ହୋଇଥିଲେ। ତେବେ ଫେକ ଆକାଉଣ୍ଟକୁ ନେଇ କିଛି ଦିନର ବାନବିବାଦ ଲାଗି ରହିଥିଲା। ଶେଷରେ ମସ୍କ ଟ୍ୱିଟରର ମାଲିକାନା ହାସଲ କରିଛନ୍ତି।

The post ୩୨.୫ ହଜାର କୋଟି ଟଙ୍କାର ଟେସଲା ଶେୟାର ବିକିଲେ ଏଲନ ମସ୍କ appeared first on Odisha Reporter.



from Odisha Reporter https://ift.tt/XMp0iu8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages