ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପ-ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ନେତା ସୂର୍ଯ୍ୟବଂଶୀ ସୂରଜ ବୁଧବାର ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି। ଶପଥପାଠ ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ,ବରିଷ୍ଠ ବିଜେପି ମନମୋହନ ସାମଲ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ସୂର୍ଯ୍ୟବଂଶୀ ସୂରଜ ହେଉଛନ୍ତି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ। ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଟିକେଟ୍ରେ ଲଢ଼ିଥିବା ସୂର୍ଯ୍ୟବଂଶୀ ସୂରଜ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ।
ସୂର୍ଯ୍ୟବଂଶୀ ସୂରଜଙ୍କୁ ମୋଟ ୮୦୩୫୧ଟି ଭୋଟ୍ ମିଳିଥିବାବେଳେ ଅବନ୍ତୀ ଦାସଙ୍କୁ ୭୦୪୭୦ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩୫୬୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୮୧୫୩ ଓ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସଙ୍କୁ ୪୯୭ଖଣ୍ଡ ଭୋଟ୍ ମିଳିଥିଲା ।
ଆଜି ବିଧାନସଭାରେ ବିଧାୟକ ଭାବେ ଶପଥ ନେବା ପୂର୍ବରୁ ସୂର୍ଯ୍ୟବଂଶୀ ସୂରଜ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ନେତାଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
The post ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ appeared first on Odisha Reporter.
from Odisha Reporter https://ift.tt/OHwSWb8
No comments:
Post a Comment