କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ହାତୀଦାଣ୍ଡି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ପୋଲ ତଳକୁ ଖସି ପଡ଼ିବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭିମନ୍ୟୁ ମହାନ୍ତ। ତାଙ୍କ ଘର ନୂଆଗାଁ ଗୋଡ଼ାସାହିର ବୋଲି ଜଣାଯାଇଛି। ସେ ଡ୍ରାଇଭର ଭାବେ କାମ କରନ୍ତି।
ଗତକାଲି ବିଳମ୍ବିତ ରାତିରେ ଅଭିମନ୍ୟୁ କରଞ୍ଜିଆରୁ ନିଜ ଘର ଗୋଡ଼ାସାହିକୁ ବାଇକ୍ ଯୋଗେ ଫେରୁଥିଲେ। ହାତୀଦାଣ୍ଡି ଗାଁ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ପୋଲତଳକୁ ଖସି ପଡ଼ିଥିଲା। ଅଭିମନ୍ୟୁ ମଧ୍ୟ ବାଇକ୍ ସହ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କରଞ୍ଜିଆ ଥାନା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
The post ଡିଭାଇଡରରେ ପିଟି ହୋଇ ପୋଲତଳକୁ ଖସି ପଡ଼ିଲା ବାଇକ୍ appeared first on Odisha Reporter.
from Odisha Reporter https://ift.tt/zXHqg85
No comments:
Post a Comment