ଲକ୍ଷ୍ନୌ: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲେ ହୋଟେଲର ଦୁଇ କର୍ମଚାରୀ। ଉତ୍ତରପ୍ରଦେଶର ଧାର୍ମିକ ସହର ମଥୁରାରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।
ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ହୋଟେଲର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ଅନ୍ୟ କର୍ମଚାରୀମାନେ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
सुबह करीब 4:30 बजे आग की सूचना मिली। मौके पर पहुंचने के बाद पता चला कि पहले मंजिल (होटल के) पर स्टोर रूम में आग लगी है। आग में 2 लोग झुलसे हैं, उन्हें अस्पताल भेजा गया है। आग पर काबू पा लिया गया है: प्रमोद शर्मा, मुख्य अग्निशमन अधिकारी, मथुरा, उत्तर प्रदेश pic.twitter.com/rvbiIs9yMT
— ANI_HindiNews (@AHindinews) November 3, 2022
ହୋଟେଲର ଉପର ହମଲାରେ ଥିବା ଷ୍ଟୋର୍ ରୁମ୍ରେ ଏହି ନିଆଁ ଲାଗିଥିବା କୁହାଯାଉଛି। ଫଳରେ ଏଠାରେ ଦୁଇ ଜଣ କର୍ମଚାରୀ ଫସି ଯାଇଥିଲେ। ସୂଚନା ପାଇବା ପରେ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ସେ ନେଇ କୌଣସି ସୂଚନା ମିଳିନାହିଁ।
The post ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ appeared first on Odisha Reporter.
from Odisha Reporter https://ift.tt/bmeGYzp
No comments:
Post a Comment