୨୭ରେ ବରଗଡ଼ ଧନୁଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 22, 2022

୨୭ରେ ବରଗଡ଼ ଧନୁଯାତ୍ରା

ବରଗଡ଼(ଓଡ଼ିଶା ରିପୋର୍ଟର: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା।  ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ।  ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି।  ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ ମହାରାଜ କଂସଙ୍କ ଯୁଦ୍ଧ  ଓ କଂସ ବଧର ଅଭ୍ୟାସ ହୋଇଥିଲା।  ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୦ ବର୍ଷରେ ପାଦଥାପିଛି।

ସୂଚନାଯୋଗ୍ୟ,  କିଛି ଦିନ ତଳେ ବରଗଡ଼ ଚଳିତବର୍ଷ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଥିଲା। ଶ୍ରେୟସ ଘରେ ଖେଳୁଥିବା ସମୟରେ ତଳେ ପଡ଼ି ଅଚେତ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ପୁରୁଣା ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରେୟସ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ। ଶ୍ରେୟସ ଅନ୍ୟ ଜଣେ  କୁନି କଳାକାର ବଳରାମ ଭୂମିକାରେ ଅଭିନୟ କରୁଛନ୍ତି।

The post ୨୭ରେ ବରଗଡ଼ ଧନୁଯାତ୍ରା appeared first on Odisha Reporter.



from Odisha Reporter https://ift.tt/y41L6UQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages