ଚାଇନାରେ ୬୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା, ୫ ଦେଶରେ ସ୍ଥିତି ଗମ୍ଭୀର ହେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 20, 2022

ଚାଇନାରେ ୬୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା, ୫ ଦେଶରେ ସ୍ଥିତି ଗମ୍ଭୀର ହେଉଛି

ବେଜିଂ: ଚାଇନାରେ ଭୟଙ୍କର ରୂପ ଧାରଣ କରିଛି କରୋନା ସଂକ୍ରମଣ। ରାଜଧାନୀ ବେଜିଂ ସମେତ ସହରାଞ୍ଚଳରେ ସ୍ଥିତି ଅତି ସାଂଘାତିକ ଥିବା ବେଳେ, ସମଗ୍ର ଦେଶକୁ ମହାମାରୀ କବଳିତ କରିବା ଆଶଙ୍କା ବଢିଯାଇଛି। ଦେଶର ୬୦ ପ୍ରତିଶତ ଲୋକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି। ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଇଁ ଜାଗା ନାହିଁ। ଶ୍ମଶାନରେ ସଂସ୍କାର କରିବାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ତେଣୁ ଶ୍ମଶାନ ଓ ଶବ ଘରେ ପଡ଼ିରହିଛି ଶହ ଶହ ମୃତଦେହ।

ସେପଟେ ଅତି ଗୁରୁତର ନଥିଲେ ଆମ୍ବୁଲାନ୍ସ ନଡାକିବାକୁ ଜନସାଧାରଣଙ୍କୁ କହିଛି ସି. ଜିନପିଙ୍ଗ ପ୍ରଶାସନ। ତା’ ସତ୍ତ୍ୱେ ବି ଦୈନିକ ଆସୁଛି ଅତି କମ୍‌ରେ ୩୦ ହଜାର କଲ୍। ଅନ୍ୟପଟେ ମେଡିକାଲ ସରଞ୍ଜାମ, ଷ୍ଟାଫ ଓ କେମିକାଲ ଅଭାବରୁ ବାଧ୍ୟତାମୂଳକ ଟେଷ୍ଟିଂ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ଫଳରେ ସରକାରୀ ଭାବେ ପ୍ରକାଶ ପାଉଥିବା ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ତେବେ ଏଠାରେ ବାସ୍ତବ କ୍ଷେତ୍ରରେ କରୋନା ଭୟଙ୍କର ଭାବେ ମାଡ଼ି ଚାଲିଛି। ଆସନ୍ତା ଦେଢ଼ମାସ ମଧ୍ୟରେ ଚାଇନା ୬୦ ଭାଗ ଲୋକ, ଅର୍ଥାତ୍ ବିଶ୍ୱ ଜନସଂଖ୍ୟାର ୧୦ ପ୍ରତିଶତ କୋଭିଡ୍‌ରେ ଆକ୍ରାନ୍ତ ହେବେ ଓ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିବ ବୋଲି ବୋଲି ଆଶଙ୍କା ପ୍ରକାଶ ପାଇଛି।

ବେଜିଂ ଉପକଣ୍ଠ ଡଙ୍ଗଜିଆଓ ଶ୍ମଶାନରେ ମୃତଦେହ ସଂଖ୍ୟା ବଢିବାରେ ଲାଗିଛି। ଫଳରେ ଏଠାରେ କାମ କରୁଥିବା ଲୋକଙ୍କୁ ନୟାନ୍ତ ହେବାକୁ ପଡୁଛି। ଦିନ ଓ ରାତିର କିଛି ପ୍ରଭେଦ ନାହିଁ। ୨୪ ଘଣ୍ଟା ଚାଲୁଛି ଅନ୍ତିମ ସଂସ୍କାର। ଆଗରୁ ସେଠାକୁ ଦୈନିକ ୩୦ରୁ ୪୦ ମୃତଦେହ ଆସୁଥିବା ବେଳେ, ଏବେ ସଂଖ୍ୟା ୨ ଶହ ଟପିଛି। ସବୁ ମୃତଦେହର ସଂସ୍କାର ହୋଇପାରୁନଥିବାରୁ ହଜାର ହଜାର ମୃତଦେହ ଶବାଗାରରେ ପଡ଼ି ରହିଛି। ଅନ୍ୟପକ୍ଷରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ହାତ ଟେକି ଦେବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ଅର୍ଥାତ୍ ସଂକ୍ରମଣ ରୋକିବାକୁ କୌଣସି ପଦକ୍ଷେପ ନିଆଯିବ ନାହିଁ। ଯେଉଁମାନେ ସଂକ୍ରମିତ ହେବାର ଥିବ ହେଇଯିବେ, ସେହିପରି ଯେଉଁମାନଙ୍କର ମୃତ୍ୟୁ ହେବାର ଥିବ ମରିଯିବେ। ଜରୁରୀକାଳୀନ ସେବା ପ୍ରଦାନ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବାରୁ ଲୋକଙ୍କୁ ସେମାନଙ୍କ ଭାଗ୍ୟରେ ଛାଡ଼ିଦେବା ବ୍ୟତିତ ସି. ଜିନପିଙ୍ଗ ସରକାର ପାଖରେ କୌଣସି ବିକଳ୍ପ ନାହିଁ ବୋଲି କୁହାଯାଉଛି। ମହାମାରୀ ସଂପୂର୍ଣ୍ଣ ଚିନ୍‌କୁ ଛୁଇଁଗଲା ପରେ ଯେତେ ଶୀଘ୍ର ସମ୍ଭବ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ପଡ଼ିବ ବୋଲି ଭାବୁଛନ୍ତି ଚାଇନା ସରକାର।

ଅନ୍ୟପକ୍ଷରେ ଧରା ପଡିଛି ଚାଇନାର ଆଉ ଏକ ଚାଲାକି। କୋଭିଡ୍ ମୁକାବିଲା ଲାଗି ଚିନ୍ ନିଜସ୍ୱ ଟିକା ବାହାର କରିଥିବା ଦାବି କରିଥିଲା। ଏମିତିକି ଅନେକ ଦେଶଙ୍କୁ ମଧ୍ୟ ଏହି ଟିକା ବିକ୍ରି କରିଥିଲା। ମାତ୍ର ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢିବା ପରେ ଚାଇନା ଚଞ୍ଚକତାର ପର୍ଦ୍ଦାଫାଶ ହୋଇଛି। ଚାଇନା ଭ୍ୟାକସିନ୍ କୋଭିଡ୍ ଉପରେ କୌଣସି ପ୍ରଭାବ ପକାଉନଥିବା କୁହାଯାଉଛି। ଫଳରେ ଚାଇନା ସରକାରଙ୍କୁ ବିଦେଶୀ ଟିକା କିଣିିବାକୁ ହେବ। ଏନ୍-ବାୟୋଟେକ୍ ଓ ଫାଇଜର ଦ୍ୱାରା ପ୍ରସ୍ତୁତ mRNA ଟିକା କିଣିବା ଲାଗି ନିଷ୍ପତ୍ତି ପ୍ରାୟତଃ ଚୂଡ଼ାନ୍ତ ହୋଇଥିବା ବେଳେ, ଫାଇଜର ଦ୍ୱାରା ପ୍ରସ୍ତୁତ ପାକ୍ସଲୋଭିଡ୍ ଡ୍ରଗ୍ ବ୍ୟବହାରକୁ ମଂଜୁରୀ ଦିଆଯାଇଛି।

ଚାଇନା ଟିକା କରୋନା ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ ବୋଲି ଦାବି କରାଯାଇଥିଲା। ମାତ୍ର ଏବେ ସରକାରୀ ଭାବେ ଏହା ବୟସ୍କଙ୍କ କ୍ଷେତ୍ରରେ ମାତ୍ର ୪୨ ପ୍ରତିଶତ ଓ ସାଧାରଣ ଲୋକଙ୍କ କ୍ଷେତ୍ରରେ ୫୮ ପ୍ରତିଶତ ଫଳପ୍ରଦ ବୋଲି କୁହାଯାଇଛି। ଏହାକୁ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ବଢିଛି। ତେଣୁ ବହୁଲୋକ ସ୍ୱଦେଶୀ ଟିକା ନେବାକୁ ରାଜି ହେଉନାହାନ୍ତି। ଏଣେ ଚାଇନା ସରକାର ବିଦେଶୀ ଟିକାକୁ ଏଯାଏଁ ଅନୁମତି ଦେଇନଥିବାରୁ, ବହୁ ଲୋକ ଫାଇଜର ଓ ବାୟୋ ଏନ୍ଟେକ୍ ଟିକା ନେବାକୁ ମକାଉ ଏବଂ ହଂକଂ ପଳାଉଥିବା ଜଣାପଡିଛି।

କୋଭିଡ୍ ବେକାବୁ ହେବା ପରେ ଚାଇନା ସରକାର ଫାଇଜର ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ପାକ୍ସଲୋଭିଡ୍ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। କରୋନା ଲଢେଇ ପାଇଁ କୌଣସି ବିଦେଶୀ ଔଷଧକୁ ଚାଇନା ସରକାର ଅନୁମତି ଦେବାରେ ଏହା ପ୍ରଥମ ଘଟଣା। ବର୍ତ୍ତମାନ ସଂକ୍ରମଣ ସ୍ଥିତି ଯାହା, ବିଦେଶୀ ଟିକାକୁ ଅନୁମତି ଦେବା ବ୍ୟତିତ ଚାଇନା ସରକାରଙ୍କ ପାଖରେ କୌଣସି ବିକଳ୍ପ ନଥିବା କୁହାଯାଉଛି।

କେବଳ ଟୀକା ନୁହେଁ କରୋନା ଉପଶମ ଲାଗି ବ୍ୟବହାର ହେଉଥିବା ଅନ୍ୟ ଔଷଧର ବି ଚାଇନାରେ ସଂକଟ ଦେଖାଦେଇଛିି ଆଇବୁପ୍ରୋଫେନ ଭଳି ଔଷଧ ମାର୍କେଟରୁ ସରିଯାଇଛି। ତେଣୁ ଲୋକେ ସିଧା କଂପାନିରେ ପହଞ୍ଚି ଯାଉଥିବା ଦେଖିବାକୁ ମିଳିଛି। ଔଷଧ ଅଭାବ କାରଣକୁ ନେଇ ଅନେକ ଲୋକ ପ୍ରାକୃତିକ ଚିକିତ୍ସା ମୁହାଁ ହୋଇଛନ୍ତି। ଲେମ୍ବୁ ରସ ପିଇବା ଦ୍ୱାରା ଶରୀରର କରୋନା ପ୍ରତିରୋଧ କ୍ଷମତା ବଢୁଥିବା ଚର୍ଚ୍ଚା ହେବା ପରେ, ଚାଇନାରେ ଲେମ୍ବୁର ଅଭାବ ସୃଷ୍ଟି ହୋଇଛି। ଚାଇନାର ଦକ୍ଷିଣପ୍ରଦେଶ ସୀଚୁଆନ୍‌ରେ ମୁଖତଃ ଲେମ୍ବୁ ଚାଷ ହେଉଥିବା ବେଳେ ଚାହିଦା ହଠାତ୍ ବଢିଯିବାରୁ ଅଭାବ ସ୍ଥିତି ସୃଷ୍ଟି ହୋଇଛି। ଆଗରୁ ଦୈନିକ ୫ରୁ ୬ ଟନ୍ ଲେମ୍ବୁ ଦରକାର ହେଉଥିବା ବେଳେ ଏବେ ୨୦ରୁ ୩୦ ଟନ୍ ଆବଶ୍ୟକ ହେଉଥିବା ଜଣାପଡ଼ିଛି।

ଚାଇନା ବ୍ୟତୀତ ଅନ୍ୟ ୪ ଦେଶ ଆମେରିକା, ଜାପାନ, ବ୍ରାଜିଲ ଏବଂ କୋରିୟାରେ ମଧ୍ୟ କୋଭିଡ୍ ବିସ୍ଫୋରଣ ଦେଖାଦେଇଛି। ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଚାଇନ୍‌ରେ ଆକ୍ରାନ୍ତ ସଂଖ୍ୟା ସବୁଠୁ ଅଧିକ। ଏହାକୁ ଦେଖି ସତର୍କ ହୋଇଛି ଭାରତ ସରକାର।  ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି। ସଠିକ ସମୟରେ ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ଜେନମ ସିକ୍ୟୁଏନ୍ସିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିଲେ ବି ବିଶ୍ୱରେ ବଢୁଥିବା ସଂକ୍ରମଣକୁ ଦେଖି ସତର୍କ ହେବାକୁ ପଡିବ ବୋଲି କୁହାଯାଇଛି। ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ବସି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଦେଶରେ କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

The post ଚାଇନାରେ ୬୦ ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା, ୫ ଦେଶରେ ସ୍ଥିତି ଗମ୍ଭୀର ହେଉଛି appeared first on Odisha Reporter.



from Odisha Reporter https://ift.tt/PbaNdAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages