ଡାକ୍ତରୀ ଛାତ୍ର ଇଫୁଙ୍କ ପରିବାରକୁ ମିଳିଲା ବିଜୁ ପକ୍କା ଘର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 11, 2022

ଡାକ୍ତରୀ ଛାତ୍ର ଇଫୁଙ୍କ ପରିବାରକୁ ମିଳିଲା ବିଜୁ ପକ୍କା ଘର

ବାଲିଗୁଡ଼ା(ଅଜିତ ନାୟକ): ଆଉ ଆଜବେଷ୍ଟସ ଘରେ ରହିବେନି ଡାକ୍ତରୀ ଛାତ୍ର ଇଫୁ ମଳିକଙ୍କ ପରିବାର। ଏବେ ପକ୍କା ଘରେ ରହିବେ। ପ୍ରଥମେ ରାଜ୍ୟ ସରକାର ଇଫୁଙ୍କ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି କହିଥିବା ବେଳେ ଏବେ ତାଙ୍କ ପରିବାରକୁ ବିଜୁ ପକ୍କା ଘରଟିଏ ମଞ୍ଜୁର ହୋଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଳକ୍ ବାଗ୍ରାମିଲା ଗାଁରେ ବସବାସ କରୁଥିବା ଇଫୁଙ୍କ ପରିବାରକୁ ସ୍ଥାନୀୟ ବିଡିଓ ବିଜୁ ପକ୍କା ଘର କାର୍ଯ୍ୟାଦେଶ ପତ୍ର ଦେଇଛନ୍ତି। ବିଡିଓ ନିଜେ ଇଫୁଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ବିଜୁ ପକ୍କା ଘର ନିର୍ମାଣ ଲାଗି ଆଦେଶ ପତ୍ର ପ୍ରଦାନ କରିଛନ୍ତି ।

 ଇଫୁ ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ହେଲେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ କିପରି ଏମବିବିଏସ୍‌ ପାଠପଢ଼ା ସାରି ଡାକ୍ତର ହେବେ ସେହି ନେଇ ଚିନ୍ତାରେ ଥିଲେ।  ଏଥିପାଇଁ ସେ ପର ଘରେ ମୁଲ ଲାଗିବାକୁ ବି ପଛାଉ ନଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଇଫୁଙ୍କୁ ସହାୟତା ମିଳିଥିଲା।

ପ୍ରଥମେ ଇଫୁଙ୍କୁ  ପ୍ରଶାସନ ପକ୍ଷରୁ ୬୨,୯୫୦ ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଫୋନ ଯାଇଥିଲା। ତାଙ୍କ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏହା ପରେ ଇଫୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏବେ ସରକାରଙ୍କ ପକ୍ଷରୁ  ତାଙ୍କ ପରିବାରକୁ ପକ୍କା ଘରଟିଏ ମିଳିଛି। ଇଫୁଙ୍କ ପରିବାରରେ ତାଙ୍କ ବୃଦ୍ଧ ବାପାମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି। ହେଲେ କେହି ରୋଜଗାରିଆ ନୁହନ୍ତି। ଚାଷବାସ କରି ଓ ପର ଘରେ ମୂଲ ଲାଗି ତାଙ୍କ  ପରିବାର ଲୋକେ ପେଟ ପୋଷିଥା’ନ୍ତି।

 

The post ଡାକ୍ତରୀ ଛାତ୍ର ଇଫୁଙ୍କ ପରିବାରକୁ ମିଳିଲା ବିଜୁ ପକ୍କା ଘର appeared first on Odisha Reporter.



from Odisha Reporter https://ift.tt/nOtiQl4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages