ଭାରତର ନାଗରିକତା ଛାଡ଼ିଲେଣି ୮.୪ ଲକ୍ଷ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 11, 2022

ଭାରତର ନାଗରିକତା ଛାଡ଼ିଲେଣି ୮.୪ ଲକ୍ଷ ଲୋକ

ବେଙ୍ଗାଲୁରୁ: ଚଳିତ ବର୍ଷ ଭାରତରୁ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ଚଳିତ ବର୍ଷ ୧୩୭% ଅଧିକ ଲୋକ ବିଦେଶ ଯାଇଛନ୍ତି। ତଥାପି କରୋନା ପୂର୍ବରୁ ଯେଉଁ ପରିମାଣର ଲୋକ ବିଦେଶ ଯାଉଥିଲେ, ଏବେ ସେମିତି ଦେଖିବାକୁ ମିଳିନି। ସେହିପରି ୨୦୧୭ରୁ ୨୦୨୨ ନଭେମ୍ବର ମଧ୍ୟରେ ୮.୪ ଲକ୍ଷ ଲୋକ ଭାରତର ନାଗରିକତା ଛାଡ଼ିଛନ୍ତି। ସେମାନେ ଭାରତ ବିଦଳରେ ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୁରୋ ଅଫ ଇମିଗ୍ରେସନର ତଥ୍ୟ ଅନୁଯାୟୀ, ୨୦୨୨ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୧.୮ କୋଟିରୁ ଅଧିକ ଭାରତୀୟ ଦେଶ ବାହାରକୁ ଗସ୍ତ କରିଛନ୍ତି। ୨୦୨୧ରେ ଏହି ସଂଖ୍ୟା କେବଳ ୭୭.୨ ଲକ୍ଷ ଥିଲା। ବ୍ୟୁରୋ ପକ୍ଷରୁ ଭାରତରୁ ବିଦେଶ ଯାଉଥିବା ଓ ବିଦେଶରୁ ଭାରତ ଆସୁଥିବା ଲୋକଙ୍କ ତଥ୍ୟ ସଂରକ୍ଷିତ କରି ରଖିଥାଏ।

ଚଳିତ ବର୍ଷ ବିଦେଶ ଗସ୍ତ କରିଥିବା ଲୋକଙ୍କ ମଧ୍ୟରୁ ୪୦% ବା ୭୨ ଲକ୍ଷରୁ ଅଧିକ ଲୋକ ବିଦେଶରେ ସ୍ଥାୟୀ ଭାବେ ରହିବା ପାଇଁ ଯାଇଛନ୍ତି। ସେହିପରି ୭୧ ଲକ୍ଷ ଲୋକ ବୁଲିବା ପାଇଁ ବିଦେଶ ଗସ୍ତ କରିଛନ୍ତି। ଚାକିରି ପାଇଁ ୨୧ ଲକ୍ଷ ଲୋକ ଯାଇଥିବା ବେଳେ ତୀର୍ଥଯାତ୍ରା ପାଇଁ ୪.୬ ଲକ୍ଷ, ମେଡିକାଲ ପାଇଁ ୧୨୫୩ ଜଣ, ଶିକ୍ଷା ପାଇଁ ୬.୫ ଲକ୍ଷ ଓ ଅନ୍ୟାନ୍ୟ କାରଣ ପାଇଁ ୧.୬ ଲକ୍ଷ ଲୋକ ବିଦେଶ ଗସ୍ତ କରିଛନ୍ତି।

ଦୀର୍ଘ ୨ ବର୍ଷ ହେଲା କରୋନା ଯୋଗୁ ବିଦେଶ ଗସ୍ତ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିଲା। ବିଶେଷ କରି ପାଠପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀଙ୍କ ସଂଖ୍ୟା ଯଥେଷ୍ଟ କମ ଥିଲା। ଏବେ ସଂକ୍ରମଣ ହ୍ରାସ ପାଇବା ସହ କଟକଣା କୋହଳ ହୋଇଥିବାରୁ ପିଲାମାନେ ପୁଣି ବିଦେଶ ଗସ୍ତ ଆରମ୍ଭ କରିଛନ୍ତି। ୨୦୨୧ରେ ୪.୪ ଲକ୍ଷ ଶିକ୍ଷାର୍ଥୀ ଦେଶ ବାହାରୁ ଯାଇଥିଲେ। ୨୦୨୦ରେ ଏହା ୨.୬ ଲକ୍ଷ ଥିଲା। ୨୦୧୯ରେ ୫.୮ ଲକ୍ଷ, ୨୦୧୮ରେ ୫.୨ ଲକ୍ଷ ଓ ୨୦୧୭ରେ ୪.୫ ଲକ୍ଷ ପିଲା ପାଠପଢ଼ିବା ପାଇଁ ବିଦେଶ ଗସ୍ତ କରିଥିଲେ।

୨୦୧୭ ଜାନୁଆରୀରୁ ୨୦୨୨ ଜାନୁଆରୀ ମଧ୍ୟରେ ୧୦.୩ କୋଟିରୁ ଅଧିକ ଲୋକ ବିଦେଶ ଗସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରୁ ୩.୮ କୋଟି ଲୋକ ବିଦେଶରେ ସ୍ଥାୟୀ ଆବସିକ ଗ୍ରହଣ କରିବାକୁ ଯାଇଛି। ୨.୪ କୋଟି ଲୋକ ଯାତ୍ରୀ ଓ ୧.୬ କୋଟି ଲୋକ ବୁଲିବା ପାଇଁ ଯାଇଛନ୍ତି। ୧.୨ କୋଟି ଲୋକ ଚାକିରି ପାଇଁ ବିଦେଶ ଗସ୍ତ କରିଛନ୍ତି। ବିଦେଶରେ ବ୍ୟବସାୟ କରିବାକୁ ଯାଉଥିବା ଭାରତୀୟଙ୍କ ସଂଖ୍ୟା ୫୧.୬ ଲକ୍ଷ ରହିଛି।

ଏହି ସମୟସୀମା ମଧ୍ୟରେ ୮.୪ ଲକ୍ଷ ଭାରତୀୟ ଦେଶର ନାଗରିକତା ଛାଡ଼ିଛନ୍ତି। ୨୦୨୦ରେ ନାଗରିକ ଛାଡ଼ିଥିବା ଲୋକଙ୍କ ସଂଖ୍ୟା ୮୫,୨୫୬ ଥିବା ବେଳେ ୨୦୨୧ରେ ଏହା ୧.୬ ଲକ୍ଷ ଓ ୨୦୧୯ରେ ଏହା ୧.୪ ଲକ୍ଷ ଥିଲା। ଚଳିତ ବର୍ଷର ପ୍ରଥମ ୧୦ ମାସରେ ୧.୮ ଲକ୍ଷ ଭାରତୀୟ ନାଗରିକତା ଛାଡ଼ି ଅନ୍ୟ ଦେଶର ନାଗରିକ ହୋଇଛନ୍ତି। ୨୦୧୯ ତୁଳନାରେ ଏହା ୨୮% ଅଧିକ।

୨୦୧୭ରୁ ୨୦୨୨ ନଭେମ୍ବର ମଧ୍ୟରେ ଭାରତ ସରକାର କେବଳ ୫୪୬ ଜଣଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି। ୨୦୨୦ରେ ଏହା ମାତ୍ର ୬୦ ରହିଛି।

The post ଭାରତର ନାଗରିକତା ଛାଡ଼ିଲେଣି ୮.୪ ଲକ୍ଷ ଲୋକ appeared first on Odisha Reporter.



from Odisha Reporter https://ift.tt/WigNHeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages