କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ସଦର୍ ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତାର ଦୁହୁରିଆ ଜମଧର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଉପରେ ଏକ ଅଜଣା ଗାଡ଼ି ମାଡିଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ମାନେ ଆଶିଷ ବେଉରିଆ, ତାଙ୍କ ସହଯୋଗୀ ଓ ଅଟୋ ଡ୍ରାଇଭର। ଆଶିଷଙ୍କ ଘର ଆଳି ଥାନା ଜାମୁଦଣ୍ଡ ଅଞ୍ଚଳରେ।
ଆଶିଷଙ୍କ ଭିଣୋଇଙ୍କ ଧାନ କଟା ମେସିନ କେନ୍ଦ୍ରାପଡ଼ାରେ ଧାନକଟାରେ ନିଯୋଜିତ ହୋଇଥିଲା। ଧାନକଟା ମେସିନରୁ ତେଲ ସରିଯିବାରୁ ଗତକାଲି ବିଳମ୍ବିତ ରାତିରେ ଆଶିଷ ଓ ତାଙ୍କ ସହଯୋଗୀ ଏକ ଅଟୋରେ ତେଲ ଆଣିବାକୁ ଯାଉଥିଲେ। ଏହି ସମୟରେ ଦୁହୁରିଆ ଜମଧର ଛକ ନିକଟରେ ଏକ ଅଜଣା ଗାଡ଼ି ଅଟୋ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଆଶିଷଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
The post ଅଟୋ ଉପରେ ମାଡ଼ିଗଲା ଆଜଣା ଗାଡ଼ି, ୩ମୃତ appeared first on Odisha Reporter.
from Odisha Reporter https://ift.tt/uoAvBmH
No comments:
Post a Comment