ନୂଆଦିଲ୍ଲୀ: ମା’ଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ କର୍ତ୍ତବ୍ୟ କରିବାକୁ ପଛାଇ ନାହାନ୍ତି। ସେ ମା’ ହୀରାବେନଙ୍କ ଦେହାନ୍ତ ଖବର ପାଇ ତୁରନ୍ତ ଦିଲ୍ଲୀରୁ ଅହମଦାବାଦରେ ପହଞ୍ଚିଛନ୍ତି। ମା’ଙ୍କୁ ଅନ୍ତିମ ଦର୍ଶନ କରିବା ପରେ ତାଙ୍କ ମରଶରୀରକୁ ନିଜ କାନ୍ଧରେ ବୋହିଛନ୍ତି। ମା’ଙ୍କ କୋକେଇକୁ ମୋଦି କାନ୍ଧ ଦେବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ସେ ଘର ଭିତରୁ ମା’ଙ୍କ ପାର୍ଥିବ ଶରୀର ଆଣିବା ସହ କୋକେଇରେ ଏହାକୁ ଗାଡ଼ି ଯାଏ ବୋହିନେଇଥିଲେ।
୧୦୦ ବର୍ଷ ବୟସରେ ଆଖି ବୁଜିଥିବା ହୀରାବେନଙ୍କ ଅନ୍ତିମ ସଂସ୍କାର ଗାନ୍ଧି ନଗରରେ ଅନୁଷ୍ଠିତ ହେବ। ଏବେ ସେ ଅନ୍ତିମ ଯାତ୍ରାରେ ବାହାରିଛନ୍ତି। ସାଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ପରିବାରର ସଦସ୍ୟ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ରହିଛନ୍ତି। ଗୋଟିଏ ଗାଡ଼ିରେ ଗାନ୍ଧିନଗର ଶ୍ମଶାନକୁ ହୀରାବେନଙ୍କ ପାର୍ଥିବ ଶରୀରକୁ ନିଆଯାଉଛି। ଦିନ ୧୦ଟାରେ ଅନ୍ତିମ ସଂସ୍କାର କରାଯିବାର କାର୍ଯ୍ୟକ୍ରମ ରହିଛି।
ଅନ୍ତିମ ଦର୍ଶନ ବେଳେ ମୋଦି ବେଶ ଭାବବିହ୍ୱଳ ହୋଇଯାଇଥିଲେ। ସେ ମା’ଙ୍କ ପାଦକୁ ସ୍ପର୍ଶ କରି ପ୍ରଣାମ କରୁଥିବା ବେଳର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଶେଷଥର ପାଇଁ ମୋଦି ନିଜ ମା’ଙ୍କୁ ଡିସେମ୍ବର ୪ରେ ଭେଟିଥିଲେ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ସେ ମା’ଙ୍କୁ ଭେଟି ବେଶ କିଛି ସମୟ ବିତାଇଥିଲେ। ସବୁବେଳେ ନିଜ ମା’ଙ୍କ ସଂଘର୍ଷ ଓ ପ୍ରେରଣାର କାହାଣୀ କରୁଥିବା ମୋଦି ଆଜି ତାଙ୍କ ପରଲୋକ ପରେ ବେଶ ଭାରବିହ୍ୱଳ ଟ୍ୱିଟ କରିଥିଲେ।
ବୁଧବାର ସକାଳେ ୧୦୦ ବର୍ଷୀୟ ହୀରା ବେନଙ୍କୁ ଅସୁସ୍ଥତା କାରଣରୁ ଅହମଦାବାଦରେ ଥିବା ସୁପର ସ୍ପେଶାଲିଟି ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଓ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଥିଲେ। ଗୁଜରାଟ ସରକାର ମଧ୍ୟ ଗୋଟିଏ ବିବୃତିରେ ହୀରା ବେନ୍ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଜି ଭୋର ୩.୩୦ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
The post ମା’ଙ୍କ କୋକେଇକୁ କାନ୍ଧ ଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Odisha Reporter.
from Odisha Reporter https://ift.tt/twGWlIB
No comments:
Post a Comment