ସପିଂ ମଲ୍ ଭିତରେ ବିସ୍ଫୋରଣ, ଅନେକ ଛୋଟ ଛୁଆ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 10, 2022

ସପିଂ ମଲ୍ ଭିତରେ ବିସ୍ଫୋରଣ, ଅନେକ ଛୋଟ ଛୁଆ ଆହତ

ଇସଲାମାବାଦ: ସପିଂ ମଲ୍ ଭିତରେ ଭୟଙ୍କର ବିସ୍ଫୋରଣ। ପୁଣି ବୋମା ବିସ୍ଫୋରଣରେ ଥରିଲା ପାକିସ୍ତାନର ବଲୁଚିସ୍ଥାନ ଅଞ୍ଚଳ। ଶନିବାର ଏଠାକାର ଏକ ସପିଂ ମଲ୍‌ରେ ବିସ୍ଫୋରଣ ଯୋଗୁଁ ଜଣେ ସାଧାରଣ ନାଗିରକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବକ, ଆହତଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ଛୁଆ ଅଛନ୍ତି।

ପୁଲିସ ସୂଚନା ମୁତାବକ, ଏହା ଏକ ଆତଙ୍କବାଦୀ ଆକ୍ରମଣ। ମଲ୍ ଭିତରେ ରିମୋଟ୍ ଚାଲିତ ଆଇଇଡିର ବ୍ୟବହାର କରାଯାଇଥିଲା। ଆହତଙ୍କ ମଧ୍ୟରେ ମହିଳା ଓ ଛୋଟ ଛୁଆ ସାମିଲ ଅଛନ୍ତି। କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବଲୁଚିସ୍ଥାନ ମୁଖ୍ୟମନ୍ତ୍ରୀ ମିର୍ ଅବ୍‌ଦୁଲ କୁଦ୍ଦୁସ ଏହି ଘଟଣାକୁ ନିନ୍ଦା କରିଛନ୍ତି।

ଏହା ପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ପାକିସ୍ତାନର ଅଶାନ୍ତ ପଖତୁନଖ୍ୱାରେ ଏକ ବାରୁଦ ସୁଡଙ୍ଗ ଭିତରେ ବିସ୍ଫୋରଣ ହୋଇଥିଲା। ଏଥିରେ ଅତି କମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ପଞ୍ଚ ଜଣ ଆହତ ହୋଇଥିଲେ। ଏକ ବାଇକ୍ ବାରୁଦ ସୁଡଙ୍ଗକୁ ଧକ୍କା ଦେବା ପରେ ଏହି ବିସ୍ଫୋରଣ ହୋଇଥିବା ପୁଲିସ ସୂଚନା ଦେଇଥିଲା।

The post ସପିଂ ମଲ୍ ଭିତରେ ବିସ୍ଫୋରଣ, ଅନେକ ଛୋଟ ଛୁଆ ଆହତ appeared first on Odisha Reporter.



from Odisha Reporter https://ift.tt/uigGpW3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages