ମହିଳାଙ୍କୁ ଦୁର୍ବ୍ୟବହାର, ଚଳନ୍ତା କାର୍‌ରୁ ୧୦ ମାସର ଛୁଆକୁ ଫିଙ୍ଗି ଦେଲା ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 10, 2022

ମହିଳାଙ୍କୁ ଦୁର୍ବ୍ୟବହାର, ଚଳନ୍ତା କାର୍‌ରୁ ୧୦ ମାସର ଛୁଆକୁ ଫିଙ୍ଗି ଦେଲା ଯୁବକ

ମୁମ୍ବାଇ: କ୍ୟାବ୍ ଭିତରେ ମହିଳାଙ୍କ ସହ ଦୁର୍ବ୍ୟବହାର। ବିରୋଧ ପରେ ଚଳନ୍ତା କାର୍‌କୁ ୧୦ ମାସର ଛୁଆକୁ ଫିଙ୍ଗି ଦେଲା ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ।

ସୂଚନା ମୁତାବକ, ମହାରାଷ୍ଟ୍ରରୁ ଗୁଜରାଟ ଯାଉଥିବା ଏକ କାର୍‌ରେ ନିଜ ଝିଅ ସହ ଜଣେ ମହିଳା ବସିଥିଲେ। ତାଙ୍କ ସହ ଆଉ ଜଣେ ଯାତ୍ରୀ ମଧ୍ୟ ସେହି କାର୍‌ରେ ଥିଲେ। ତେବେ ଉକ୍ତ ଯାତ୍ରୀ ଜଣକ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ମହିଳା ବିରୋଧ କରିବା ପରେ ତାଙ୍କ ୧୦ ମାସର ଛୋଟ ଝିଅକୁ ଯାତ୍ରୀ ଜଣକ ଚଳନ୍ତା କାର୍‌କୁ ଫିଙ୍ଗି ଦେଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ମହିଳା ଜଣକ ମଧ୍ୟ ଚଳନ୍ତା କାର୍‌ରୁ ଡେଇଁ ପଡିଥିଲେ।

ଶନିବାର ମୁମ୍ବାଇ ଉପକଣ୍ଠ ପାଲକର ଜିଲ୍ଲାର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଥିବା ଏହି ଘଟଣାରେ ଛୋଟ ଛୁଆଟିର ମୃତ୍ୟୁ ହୋଇଛି। ସେପଟେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ମାମଲାରେ ପୁଲିସ କ୍ୟାବ୍ ଡ୍ରାଇଭରକୁ ଗିରଫ କରିବା ସହ କାର୍‌କୁ ଜବତ କରିଛି।

ପୁଲିସ ସୂଚନା ମୁତାବକ, ମହିଳା ଯାତ୍ରୀ ଜଣକ କାର୍‌ରେ ତହସିଲର ପେଲହରରୁ ପୋଶେରକୁ ଫେରୁଥିଲେ। ମହିଳାଙ୍କ କହିବା ଅନୁସାରେ ସେହି ସମାନ କାର୍‌ର ପଛ ସିଟ୍‌ରେ ଆଉ ଜଣେ ବସିଥିବା ଯୁବକ ତାଙ୍କୁ ବାରମ୍ବାର ଭୁଲ୍ ଢ଼ଙ୍ଗରେ ଛୁଇଁବାକୁ ଚେଷ୍ଟା କରୁଥିଲା। ଏହାକୁ ପୀଡିତ ମହିଳା ଜଣକ ବିରୋଧ କରିଥିଲେ। ଏହାପରେ ଯୁବକ ଜଣକ ରାଗିଯାଇ ମହିଳାଙ୍କ କୋଳରେ ଥିବା ଛୁଆକୁ ଛଡାଇ ଆଣି ଚଳନ୍ତା କାର୍‌କୁ ଫିଙ୍ଗି ଦେଇଥିଲେ।

ଏହି ଘଟଣାରେ ୧୦ମାସର ଛୁଆର ମୃତ୍ୟୁ ହୋଇଛି। ସେପଟେ ମହିଳାଙ୍କ ଅବସ୍ଥା ମଧ୍ୟ ଗୁରତର ରହିଛି। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ କହିଛି।

The post ମହିଳାଙ୍କୁ ଦୁର୍ବ୍ୟବହାର, ଚଳନ୍ତା କାର୍‌ରୁ ୧୦ ମାସର ଛୁଆକୁ ଫିଙ୍ଗି ଦେଲା ଯୁବକ appeared first on Odisha Reporter.



from Odisha Reporter https://ift.tt/sXLBH0P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages