ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି ଅନସୂୟା ଜେନା। ଅନସୂୟାଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଜେଲ୍ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଦିନକ (୨୪ ଘଣ୍ଟା) ଭିତରେ ସେ ଏହି ରିପୋର୍ଟ ଦେବେ। ଏହି ସମ୍ବେଦନଶୀଳ ଘଟଣାରେ କାହାର ତୃଟି ରହିଛି ଓ ଜେଲ୍ ସୁରକ୍ଷାରେ କେଉଁଠି ତୃଟି ରହିଗଲା, ତାହା ଜାଣିବାକୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।
ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି ଯେ, ତାଙ୍କୁ ଜେଲ ପକ୍ଷରୁ ଏନେଇ ରିପୋର୍ଟ ମିଳିଛି। ଜେଲ୍ ପରିସରରେ ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଛି। ଏନ୍ଏଚ୍ଆରସି ଗାଇଡ୍ ଲାଇନ୍ ଅନୁସାରେ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରାଯିବ। ଜେଲ୍ରେ ବିଚାରାଧୀନ କଏଦୀଙ୍କୁ ୱାର୍ଡରମାନେ ଜଗନ୍ତି। ତେଣୁ ସେ କେମିତି ଓ କିଭଳି ପରିସ୍ଥିତିରେ ଆତ୍ମହତ୍ୟା କରିଲେ, ତାହା ତଦନ୍ତ ପରେ ଜଣାପଡ଼ିବ।
ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଅବହେଳାରୁ ହିଁ ଏକ ଜୀବନ ଚାଲିଯାଇଛି। ଏତଲା ମଧ୍ୟ ହୋଇଛି। ପୁଲିସ ଏହାର ତଦନ୍ତ କରିବ। କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ୍ ଡିଆଇଜି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଧେ ଏବେବି କଣ୍ଟାବାଞ୍ଜି ଜେଲ୍ରେ ଅଛନ୍ତି।
The post ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ତଦନ୍ତ କରିବେ ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି appeared first on Odisha Reporter.
from Odisha Reporter https://ift.tt/18h4eou
No comments:
Post a Comment