ଭବାନୀପାଟଣା (ରାଜକୁମାର ସିଂହଦେଓ): ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତାହାତୀ। ଘଉଡାଇବାରୁ ଜଣକୁ ଶୁଣ୍ଢରେ ଧରି କଚାଡ଼ି ଦେଲା ହାତୀ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ଗୁରୁତରଙ୍କ ଭିତରେ ଜଣେ ୬ ବର୍ଷର ଶିଶୁ ରହିଛି।
ନର୍ଲା ରେଞ୍ଜ ଭୁର୍ଟିଗଡ ପଞ୍ଚାୟତର ପୁଜୁଗୁଡା ଗାଁ ଖଗେଶ୍ୱର ଗୌଡ଼ଙ୍କ ୪ ପ୍ରାଣୀ କୁଟୁମ୍ୱ ଶୁକ୍ରବାର ରାତିରେ ଧାନ ଖଳାରେ ଶୋଇ ଥିଲେ। ବିଳମ୍ୱିତ ରାତିରେ ଧାନ ଖାଇବା ପାଇଁ ଖଳାକୁ ଆସିଥିଲା ଦନ୍ତା ହାତୀ। ଖଳାରେ ଦନ୍ତା ଧାନ ଖାଉଥିବା ବେଳେ ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା।
ହାତୀକୁ ଘଉଡାଇବା ପାଇଁ ଖଗେଶ୍ୱର ଓ ତାଙ୍କ ପରିବାର ଲୋକ ଚେଷ୍ଟା କରିଥିଲେ। ତେବେ ହାତୀଟି ଖଗେଶ୍ୱରଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଭୁ ଗୌଡ(୬), ରାଜେନ୍ଦ୍ର ଗୌଡ ଓ ଚନ୍ଦନ ଗୌଡ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।
The post ଧାନ ଖାଇବାକୁ ଆସି ଖଳାରେ କଚାଡ଼ି ଦେଲା ଦନ୍ତା appeared first on Odisha Reporter.
from Odisha Reporter https://ift.tt/ZfW3joi
No comments:
Post a Comment