ମୁହଁ ଖୋଲୁ ନାହାନ୍ତି ଚାନ୍ଦ ଦମ୍ପତି, ଶ୍ରଦ୍ଧାଞ୍ଜଳିଙ୍କୁ ଅସ୍ତ୍ର କରିବ କି ଇଡି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 16, 2022

ମୁହଁ ଖୋଲୁ ନାହାନ୍ତି ଚାନ୍ଦ ଦମ୍ପତି, ଶ୍ରଦ୍ଧାଞ୍ଜଳିଙ୍କୁ ଅସ୍ତ୍ର କରିବ କି ଇଡି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରମ୍ବାର ନୋଟିସ ସତ୍ତ୍ୱେ ଦୀର୍ଘ ଦିନ ହେବ ଇଡିକୁ ଧରାଛୁଆଁ ଦେଉ ନ ଥିବା ଶ୍ରଦ୍ଧାଞ୍ଜଳି ଆଜି ତୃତୀୟ ଥର ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପୂର୍ବରୁ ୨ ଥର ହାଜର ହୋଇ ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନାଙ୍କ ହନିଟ୍ରାପ୍‌ ଗୁମର ଖୋଲିଥିବା ଶ୍ରଦ୍ଧାଞ୍ଜଳି ଆଜି ତୃତୀୟ ଥର ପାଇଁ ହାଜର ହୋଇଛନ୍ତି।  ଏବେ ଉଭୟ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ରିମାଣ୍ଡରେ ନେଇଥିବା ବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ଡାକି ସମସ୍ତଙ୍କୁ ମୁହାଁମୁହିଁ ଜେରା କରିପାରେ ବୋଲି ଆଲୋଚନା ହେଉଛି।

ବଡ଼ ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ବିପୁଳ ଅର୍ଥ ରୋଜଗାର କରି ନିଜର କଳା ସାମ୍ରାଜ୍ୟ ଛିଡ଼ା କରାଇଥିଲେ ଅର୍ଚ୍ଚନା। ଅର୍ଚ୍ଚନାଙ୍କ ଏହି କଳା ସାମ୍ରାଜ୍ୟ ଗୁମର ଶ୍ରଦ୍ଧାଞ୍ଜଳି ଜାଣିଥିବା ବେଳେ ତାଙ୍କ ମୁହଁରୁ ସତ ଉଗାରିବାକୁ ଚେଷ୍ଟା ଚଳାଇଛି ଇଡି।

ଅର୍ଚ୍ଚନାଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣିଥିବା ବେଳେ ଜଗବନ୍ଧୁଙ୍କୁ ପ୍ରଥମ ଥର ରିମାଣ୍ଡରେ ଆଣିଛି। ଉଭୟ ଏବେ ଇଡି କାର୍ଯ୍ୟାଳୟରେ ଥିବା ବେଳେ ଗୁଡ଼ାଇତୁଡ଼ାଇ ପଚାରିବା ପରେ ବି ସେମାନଙ୍କ ପାଟି ଫିଟାଇ ପାରୁନି ଇଡି। ଇଡି ଆଗରେ ସବୁ ସତ କହିଦେବେ, ସମସ୍ତଙ୍କ ମୁହଁ ଖୋଲି ଦେବେ ବୋଲି ଅର୍ଚ୍ଚନା ଗଣମାଧ୍ୟମ ଆଗରେ କିଛି ଦିନ ପୂର୍ବରୁ ଗର୍ଜନ କରୁଥିବା ବେଳେ ଏବେ କିନ୍ତୁ ପୂରା ଚୁପ୍‌ ହୋଇ ଯାଇଛନ୍ତି। ତେଣୁ ଶ୍ରଦ୍ଧାଞ୍ଜଳିଙ୍କୁ ମୋହରା କରି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପଛର ସତ ପଦାକୁ ଆଣିବାକୁ ଚେଷ୍ଟା ଚଳାଇଛି ଇଡି।

ଶ୍ରଦ୍ଧାଞ୍ଜଳି ନିଜେ ଅର୍ଚ୍ଚନାଙ୍କ ବ୍ଲାକମେଲ ଓ ହନିଟ୍ରାପ୍‌ ମାମଲାରେ ସଂଶ୍ଳିଷ୍ଟ ଥିବା ବେଳେ ଅର୍ଚ୍ଚନାଙ୍କ ବହୁ ଗୁମରର ସିଏ ମୁକ ସାକ୍ଷୀ। ତେଣୁ ନାଗ-ଚାନ୍ଦ ଦମ୍ପତିଙ୍କ ସହ ମୁହାଁମୁହିଁ ଜେରା କରି ଶ୍ରଦ୍ଧାଞ୍ଜଳିଙ୍କଠାରୁ କିଛି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି ଇଡି। ତେବେ ଶ୍ରଦ୍ଧାଞ୍ଜଳି ଇଡିକୁ ସହଯୋଗ କରି ତଥ୍ୟ ଦେଉଛନ୍ତି ନା ସେ ବି ଅର୍ଚ୍ଚନା-ଜଗବନ୍ଧୁଙ୍କ ପରି ଚୁପ୍‌ ରହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ଅର୍ଚ୍ଚନା ଏବଂ ଜଗବନ୍ଧୁ ଏବେ ଇଡି ରିମାଣ୍ଡରେ ଥିବା ସତ୍ତ୍ୱେ ତଦନ୍ତରେ ସହଯୋଗ କରୁ ନ ଥିବାରୁ  ଅଧିକାରୀଙ୍କ ଭରସା ପାଲଟିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ୨ଟି ଡାଏରୀ ସଂଗ୍ରହ କରି ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍‌କୁ ପଠାଇଛି ଇଡି ।  ଏହି ଡାଏରୀରୁ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବା ନେଇ ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ।

ହେଲେ ଏପର୍ଯ୍ୟନ୍ତ ଏହି ଡିଜିଟାଲ ଏଭିଡେନସ୍‌ ରିପୋର୍ଟ ମିଳି ପାରି ନ ଥିବାରୁ ତଦନ୍ତରେ ପ୍ରଭାବ ପଡୁଥିବା ଜଣାପଡିଛି । କଣ ପାଇଁ ଫୋରେନ୍‌ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ଫୋରେନସିକ ବିଭାଗର ପ୍ରତିକ୍ରିୟା ମିଳିପାରିନି ।

ଅର୍ଚ୍ଚନା ମାମଲାରେ ଇଡି ବହୁ ବ୍ୟବସାୟୀ, ଜମି ବିଲଡର, ହୋଟେଲ ମାଲିକ, ପ୍ରୟୋଜକ, ଆର୍କିଟେକଚର, ଠିକାଦାରଙ୍କୁ ଡାକି ଇଡି ପଚରାଉଚରା କରି ସାରିଲାଣି। ହେଲେ ଏହା ପଛରେ କିଏ ବଡ଼ ବଡ଼ ମୁଣ୍ଡ ଅଛନ୍ତି, ଯାହାଙ୍କ ଟଙ୍କାରେ ବଳିୟାନ ହୋଇ ଅର୍ଚ୍ଚନା ନିଜ ବିଶାଳ ସାମ୍ରାଜ୍ୟ ଛିଡ଼ା କରିଥିଲେ ତାହାର ଟେର ପାଇପାରୁନି ଇଡି। ତେଣୁ ଅର୍ଚ୍ଚନା-ଜଗବନ୍ଧୁଙ୍କ ଅଡ଼ୁଆ ସୁତାକୁ ସିଧା କରିବାକୁ ଇଡିକୁ ଆଉ କେତେ ଦିନ ଲାଗିବ ତାହା ଉପରେ ସମସ୍ତଙ୍କ ନଜର।

The post ମୁହଁ ଖୋଲୁ ନାହାନ୍ତି ଚାନ୍ଦ ଦମ୍ପତି, ଶ୍ରଦ୍ଧାଞ୍ଜଳିଙ୍କୁ ଅସ୍ତ୍ର କରିବ କି ଇଡି ? appeared first on Odisha Reporter.



from Odisha Reporter https://ift.tt/CPgXRfN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages