ନୂଆଦିଲ୍ଲୀ: ସାରା ବିଶ୍ୱକୁ ପୁଣି ଥରେ କଲବଲ କରିବା ଆରମ୍ଭ କରିଛି ମହାମାରୀ କରୋନା। ଦେଶରେ ଚୀନ୍ରେ ଆତଙ୍କ ଖେଳାଇଥିବା ଓମିକ୍ରନ୍ର ସବ୍ଭାରିଏଣ୍ଟ ବିଏଫ୍.୭ ଚିହ୍ନଟ ହେବା ପରେ ଆକ୍ସନ ମୁଡ୍କୁ ଆସିଛନ୍ତି ସରକାର। ଆଜି ପ୍ରଧାନମନ୍ତ୍ରୀ ମୋଦି କୋଭିଡ ସ୍ଥିତିର ସମୀକ୍ଷା କରିବେ। ଏଥିପାଇଁ ଆଜି ଅପରାହ୍ଣରେ ମୋଦି ଉଚ୍ଛସ୍ତରୀୟ ସମୀକ୍ଷା ବୈଠକ ଡାକିଛନ୍ତି।
ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବେ।
ଦେଶରେ ଦେଖା ଦେଇଥିବା ନୂଆ ଭାରିଏଣ୍ଟ ନେଇ ମୋଦି ଆଲୋଚନା କରିବେ।
प्रधानमंत्री नरेंद्र मोदी आज दोपहर एक उच्च स्तरीय बैठक में देश में कोरोना से संबंधित स्थिति की समीक्षा करेंगे।#COVID19 pic.twitter.com/kRqhHLxpfk
— ANI_HindiNews (@AHindinews) December 22, 2022
ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ କରୋନା ସ୍ଥିତର ସମୀକ୍ଷା କରିଥିଲେ। ସେହିପରି ଆଜି ଅନେକ ରାଜ୍ୟ ସରକାର କରୋନା ସ୍ଥିତି ନେଇ ବୈଠକ କରୁଛନ୍ତି। ଦିଲ୍ଲୀ, ଉତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ବୈଠକ କରୁଛନ୍ତି। ମହାରାଷ୍ଟ୍ରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ ମଧ୍ୟ ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ସାରା ବିଶ୍ୱରେ ଦ୍ରୁତ ଗତିରେ ବଢ଼ି ଚାଲଇଛି ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନର ସବ୍ଭାରିଏଣ୍ଟ ବିଏଫ୍.୭ର ତିନୋଟି ମାମଲା ସାମ୍ନାକୁ ଆସିଛି। ଗୁଜରାଟରେ ଦୁଇଟି ଓ ଓଡ଼ିଶାରେ ଗୋଟିଏ ମାମଲା ଚିହ୍ନଟ ହୋଇଛି।
ବିଏଫ୍.୭ ଓମିକ୍ରନ୍ ଭାରିଏଣ୍ଟ ବିଏ.୫ର ଏକ ସବ୍ ଭାରିଏଣ୍ଟ। ଏହା ବେଶ୍ ସଂକ୍ରାମକ। ଏହାର ଇନ୍କ୍ୟୁବେସନ ଅବଧି ବେଶ୍ କମ୍। ଏହା ଟିକା ନେଇଥିବା ବ୍ୟକ୍ତିଙ୍କୁ ଓ ପୂର୍ବରୁ ସଂକ୍ରମିତ ହୋଇସାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିପାରେ।
The post କରୋନାକୁ ନେଇ ସରକାର ଆଲର୍ଟ, ସମୀକ୍ଷା କରିବେ ମୋଦି appeared first on Odisha Reporter.
from Odisha Reporter https://ift.tt/ILyQdhz
No comments:
Post a Comment