ନୂଆଦିଲ୍ଲୀ: ଡିସେମ୍ବର ୨୨। ଆଜି ହେଉଛି ବର୍ଷର ସବୁଠୁ ଛୋଟ ଦିନ। ଆଜି ଦିନ ଅପେକ୍ଷା ରାତି ବଡ଼। ସେହିପରି ଆଜି ହେବ ସବୁଠୁ ଲମ୍ବା ରାତି ସଂଧ୍ୟାରେ ସୂର୍ଯ୍ୟ ଅସ୍ତଠାରୁ ଆସନ୍ତାକାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ। ଅର୍ଥାତ ୧୩ ଘଣ୍ଟା ୧୯ ମିନିଟ ରହିବ ରାତିର ଅବଧି।
ସବୁଠୁ ଛୋଟ ଦିନ ଦେଖିବେ ପୃଥିବୀ ଉତ୍ତର ଗୋଲାର୍ଦ୍ଧର ବାସିନ୍ଦା। ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍। ତେବେ ସ୍ଥଳବିଶେଷରେ ଏହା ସାମାନ୍ୟ କମ୍ ବେଶୀ ହୋଇପାରେ। ଆଜି ସୂର୍ଯ୍ୟ ଚରିପଟେ ପୃଥିବୀ ଘୁରିବା ସମୟରେ ସୂର୍ଯ୍ୟ ମକର ରେଖା ଉପରେ ଲମ୍ବିତ ହେବ। ଏହି କାରଣ ଯୋଗୁ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ବଡ ରହିବ ଓ ଉତ୍ତର ଗୋଲାର୍ଦ୍ଧରେ ଛୋଟ ହେବ ଦିନ।
ଦକ୍ଷିଣ ଗୋଲାର୍ଦ୍ଧରେ ସୂର୍ଯ୍ୟ ୨୩ ଡିଗ୍ରୀ ଏଙ୍ଗେଲରେ ରହିବ। ଆସନ୍ତାବର୍ଷ ମାର୍ଚ୍ଚ ୨୧ରେ ସୂର୍ଯ୍ୟ ବିଷୁବ ରେଖାରେ ରହିବ । ସେତେବେଳେ ଦିନ-ରାତିର ସମୟ ସମାନ ରହିବ। ପ୍ରତିବର୍ଷ ୨୧ କିମ୍ବା ୨୨ରେ ଦିନ ଛୋଟ ଓ ରାତି ସବୁଠୁ ବଡ଼ ହୋଇଥାଏ। ଏହି ଦିନ ଠାରୁ ଦିନ ପୁଣି ଥରେ ବଡ଼ ହେବାକୁ ଆରମ୍ଭ କରିଥାଏ ଏବଂ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ।
ଏହାକୁ ଇଂରାଜୀରେ ୱିଣ୍ଟର ସଲ୍ସଟିସ କୁହାଯାଏ। ସଲ୍ସଟିସ ଏକ ଲାଟିନ ଶବ୍ଦ। ଲାଟିନ୍ ଶବ୍ଦ ସୋଲ୍ର ଅର୍ଥ ସୂର୍ଯ୍ୟ ଓ ସେଷ୍ଟେୟର୍ର ଅର୍ଥ ସ୍ଥିର ରହିବା। ଏହି ଦୁଇଟି ଶବ୍ଦକୁ ମିଶାଇ ସଲ୍ସଟିସ ଶବ୍ଦ ତିଆରି ହୋଇଛି।
The post ଆଜି ଦିନ ସାନ, ରାତି ବଡ଼ appeared first on Odisha Reporter.
from Odisha Reporter https://ift.tt/8qFcobB
No comments:
Post a Comment