ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 18, 2022

ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ୫ ଦିନ ହେଲା ଭଞ୍ଜନଗରର ଜଣେ ବ୍ୟବସାୟୀ ନିଖୋଜ ଥିବା ବେଳେ ରବିବାର ତାଙ୍କ କ୍ଷତାକ୍ତ ମୃତଦେହ ମିଳିଛି। ଦାରିଙ୍ଗବାଡ଼ି ଘାଟିରୁ ତାଙ୍କ ମୃତଦେହ ମିଳିଥିବା ବେଳେ ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ କରିଛି।

ମୃତ ବ୍ୟବସାୟୀଙ୍କ ନାଁ ହିତେନ ସ୍ୱାଇଁ। ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ ଛକ ନିକଟରେ ତାଙ୍କର ଏକ ଦୋକାନ ରହିଛି। ଗତ ମଙ୍ଗଳବାର ରାତିରେ ସେ ଦୋକାନରୁ ଘରକୁ ଫେରି ନଥିଲେ।

ପରିବାର ଲୋକେ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇ ନଥିଲେ। ଶେଷରେ ନିରାଶ ହୋଇ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ। ହିତେନଙ୍କୁ ଅପହରଣ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ।

ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ବେଳେ ଆଜି ଦାରିଙ୍ଗବାଡ଼ି ଘାଟିର ୯ ନମ୍ବର ବୁଲାଣି ରାସ୍ତା ନିକଟସ୍ଥ ଏକ ବୁଦା ମୂଳରୁ ହିତେନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି।

The post ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା! ଘାଟିରୁ ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/1Dl7N8v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages