ଧରାପଡିଯିବା ଭୟରେ ୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 18, 2022

ଧରାପଡିଯିବା ଭୟରେ ୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା

ନୂଆଦିଲ୍ଳୀ: ସମଗ୍ର ବିଶ୍ୱରେ ବଢ଼ି ଚାଲିଛି ଡ୍ରଗ୍ସ କାରବାର। ଚୋରା ଚାଲାଣକାରୀମାନେ ନିଶା କାରବାର ପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି। ଆନ୍ତର୍ଜାତୀୟ ଚୋରା ଚାଲାଣକାରୀମାନେ ବିଭିନ୍ନ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଶା କାରବାର କରୁଛନ୍ତି। ତେବେ ଅନେକ ସମୟରେ ଏହି ନିଶା ଚାଲାଣକାରୀ ଧରାପଡିଯିବା ଭୟରେ ଅଜବଗଜବ କାରନାମା କରିଥାନ୍ତି। ଏପରିକି ଗିରଫ ଭୟରେ ନିଶା ଦ୍ରବକୁ ସବୁକୁ ଗଳିପକାନ୍ତି ମଧ୍ୟ। ନିକଟରେ ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀ ବିମାନବନ୍ଦରରେ।

ସୁରକ୍ଷାକର୍ମୀଙ୍କ ହାତର ଧରାପଡିଯିବା ଭୟରେ ୮୨ଟି କୋକେନ୍ କ୍ୟାପସୁଲ ଗିଳି ଦେଲେ ମହିଳା। ଗିନିର ଜଣେ ମହିଳା ନାଗରିକଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି। ଅସ୍ତ୍ରୋପଚାର କରିବା ପରେ ତାଙ୍କ ପେଟ ଭିତରୁ ପୁଳା ପୁଳା କୋକେନ କ୍ୟାପସୁଲ ଜବତ କରିଛି ପୁଲିସ।

ଜଣେ ସୀମା ଶୁଳ୍କ ଅଧିକାରୀ କହିଛନ୍ତି, ଗିନିର ଜଣେ ନାଗରିକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ କୋକେନ୍ ଥିବା ୮୨ ଟି କ୍ୟାପସୁଲ୍ ଜବତ ହୋଇଛି, ଯାହାକୁ ସେ ଗିଳି ଦେଇଥିଲେ। ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡିଥିବା ଏହି ମହିଳା ଜଣକ ପେଟରୁ କୋକେନ୍ କ୍ୟାପସୁଲ୍ ବାହାର କରିବା ପାଇଁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା। ଜବତ କୋକେନର ମୂଲ୍ୟ ୧୫.୩୬ କୋଟି ଟଙ୍କା ହେବ । ଯାହାର ମୂଲ୍ୟ ୧୫.୩୬ କୋଟି ଟଙ୍କା।

ଅଧିକାରୀଙ୍କ କହିବା ମୁତାବକ ସମ୍ପୃକ୍ତ ମହିଳା ଜଣକ ଡିସେମ୍ବର ୭ ତାରିଖରେ ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରର ଟର୍ମିନାଲ-୩ରେ ପହଞ୍ଚିଥିଲେ। ମହିଳା ଜଣକ ଗ୍ରୀନ୍ ଚ୍ୟାନେଲ ପାର୍ କରିବା ପରେ ଟର୍ମିନାଲ-୩ ହଲ୍‌ର ପ୍ରସ୍ଥାନ ଗେଟ୍ ଆଡକୁ ଯାଇଥିଲେ। ଏହି ସମୟରେ କଷ୍ଟମ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ପରେ ମହିଳା ଜଣକ କୋକେନ କ୍ୟାପସୁଲ ଗିଳି ଦେଇଥିବା କହିଥିଲେ।

The post ଧରାପଡିଯିବା ଭୟରେ ୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା appeared first on Odisha Reporter.



from Odisha Reporter https://ift.tt/2LWzhMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages