ଏବେ ବି ବଞ୍ଚିଛି ଜବାହିରି! ଭିଡିଓ ଜାରି କଲା ଅଲ୍ କାଏଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 23, 2022

ଏବେ ବି ବଞ୍ଚିଛି ଜବାହିରି! ଭିଡିଓ ଜାରି କଲା ଅଲ୍ କାଏଦା

ନୂଆଦିଲ୍ଲୀ: ୫ ମାସ ତଳେ ଡ୍ରୋନ୍ ଆକ୍ରମଣ କରି ଅଲ କାଏଦା ମୁଖ୍ୟ ଅଲ୍ ଜବାହିରିକୁ ହତ୍ୟା କରିଥିଲା ଆମେରିକା। ଏନେଇ ପେଣ୍ଟାଗନ୍ ପକ୍ଷରୁ ଦାବି କରାଯାଇଥିଲା। ଏବେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଅଲ ଜବାହିରି ଜୀବିତ ଥିବା ଦାବି କରିଛି ସଙ୍ଗଠନ। ତେବେ ଏହି ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଭିଡିଓ ସାମ୍ନାକୁ ଆସିବା ପରେ ଜବାହିରି ଜୀବିତ ଥିବା ନେଇ ଜୋରଦାର ଚର୍ଚ୍ଚା ଚାଲିଛି।

ରଏଟର୍ସ ତରଫରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଅଲ କାଏଦା ସଙ୍ଗଠନ ଏକ ୩୫ ମିନିଟ୍‌ର ଭିିଡିଓ ଜାରି କରିଛି। ଏଥିରେ ଅୟମାନ ଅଲ ଜବାହିରିର ସ୍ୱର ଶୁଣିବାକୁ ମିଳିଛି। ତେବେ ଏହି ଭିଡିଓ ରେକର୍ଡିଂ କେବେ କରାଯାଇଥିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନା ମୁତାବକ, ଜୁଲାଇ ମାସରେ ଆଫଗାନିସ୍ତାନର କାବୁଲରେ ଆମେରିକା ଡ୍ରୋନ୍ ଆକ୍ରମଣ କରି ଜବାହିରିକୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ୨୦୧୧ରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନ୍‌ର ହତ୍ୟା ପରେ ଆତଙ୍କବାଦୀ ସଙ୍ଗଠନ ପାଇଁ ଏହା ଥିଲା ସବୁଠୁ ବଡ ଝଟ୍‌କା।

ଆମେରିକାର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ୯/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଲ ଜବାହିରି ବହୁ ବର୍ଷ ଧରି ଲୁଚି ରହିଥିଲା। କାବୁଲରେ ତାକୁ ହକ୍କାନୀ ନେଟ୍‌ୱକ୍ ଆଶ୍ରୟ ଦେଇଥିଲା। ଜବାହିରିର ଠିକଣା ମିଳିବା ପରେ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣରେ ତାକୁ ହତ୍ୟା କରାଯାଇଥିଲା। ଅଲ ଜବାହିରିର ମୃତ୍ୟୁ ପରେ ଏଯାଏଁ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ତା’ର ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିନାହିଁ।

The post ଏବେ ବି ବଞ୍ଚିଛି ଜବାହିରି! ଭିଡିଓ ଜାରି କଲା ଅଲ୍ କାଏଦା appeared first on Odisha Reporter.



from Odisha Reporter https://ift.tt/UsTuLIV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages