ଏବେ ଏସିଆରେ କମାଲ କରିବେ ରୋନାଲ୍ଡୋ, ବର୍ଷକୁ ମିଳିବ ୧୮ଶହ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 30, 2022

ଏବେ ଏସିଆରେ କମାଲ କରିବେ ରୋନାଲ୍ଡୋ, ବର୍ଷକୁ ମିଳିବ ୧୮ଶହ କୋଟି

ରିୟାଦ: ଦୀର୍ଘ ବର୍ଷ ହେଲା ୟୁରୋପରେ ବିଭିନ୍ନ କ୍ଲବ ପାଇଁ ଖେଳି ଚାଲିଥିବା ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବେ ଏସିଆରେ କମାଲ କରିବେ। କାରଣ ସେ ୟୁରୋପ ଛାଡ଼ି ସାଉଦି ଆରବର ପ୍ରସିଦ୍ଧ ଫୁଟବଲ କ୍ଲବ ଅଲ ନାସର ସହ ଅଢ଼େଇ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ଏହାର ଅର୍ଥ ପର୍ତ୍ତୁଗାଲର ଅଧିନାୟକ ରୋନାଲ୍ଡୋ ଏଣିକି ଏସିଆ ମହାଦେଶର କୌଣସି କ୍ଲବ ପାଇଁ ଖେଳିବେ।

ଅଲ ନାସର ସହ ଅଢ଼େଇ ବର୍ଷ ଅର୍ଥାତ ଜୁନ୍‌ ୨୦୨୫ ଯାଏ ସେ ଚୁକ୍ତି କରିଛନ୍ତି। ଏଥିପାଇଁ ତାଙ୍କୁ ବର୍ଷକୁ ପ୍ରାୟ ୭୫ ମିଲିୟନ ଡଲାର ବା ୧୮ଶହ କୋଟି ଟଙ୍କା ମିଳିବ। ଏହି ରେକର୍ଡ ଡିଲ୍‌ ସହ ରୋନାଲ୍ଡ ଏବେ ବିଶ୍ୱର ସବୁଠାରୁ ଦାମୀ ଫୁଟବଲର ପାଲଟି ଯାଇଛନ୍ତି। ତାଙ୍କ ତୁଳନାରେ ଆଜେଣ୍ଟିନାର ଅଧିନାୟକ ଲିଓନେଲ ମେସି ବାର୍ଷିକ କେବଳ ୩୫୦ କୋଟି ଟଙ୍କା ଆୟ କରୁଛନ୍ତି।

ଅଲ ନାସର ଦୀର୍ଘଦିନ ହେଲା ରୋନାଲ୍ଡୋଙ୍କୁ ନିଜ ସହ ସାମିଲ କରିବାକୁ ଉଦ୍ୟମ ଜାରି ରଖିଥିଲା। ଶେଷରେ ଏହା ସଫଳ ହୋଇଛି। କ୍ଲବ ପକ୍ଷରୁ ରୋନାଲ୍ଡୋ ଟିମ୍‌ର ଜର୍ସି ଗ୍ରହଣ କରୁଥିବାର ଫଟୋ ପୋଷ୍ଟ କରାଯାଇଛି। ଏଥିରେ ଲେଖାଯାଇଛି ଯେ “ଇତିହାସ ସୃଷ୍ଟି ହେବାକୁ ଯାଉଛି। ଏହା ଏମିତି ଏକ ଚୁକ୍ତି ଯାହା ଆମ କ୍ଲବକୁ କେବଳ ସଫଳତାର ଶୀର୍ଷରେ ପହଞ୍ଚାଇବ ନାହିଁ ବରଂ ଆମ ଲିଗ, ଆମ ଦେଶ ଓ ଭବିଷ୍ୟତର ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। କ୍ରିଷ୍ଟିଆନଙ୍କୁ ତାଙ୍କ ନୂଆ ଘର ଅଲ ନାସର ଏଫସିକୁ ସ୍ୱାଗତ।”

ତେବେ କ୍ଲବ ପକ୍ଷରୁ ରୋନାଲ୍ଡୋଙ୍କୁ କେତେ ଟଙ୍କା ଦିଆଯିବ, ସେ ବିଷୟରେ କିଛି ବି କୁହାଯାଇନି। କିନ୍ତୁ ରିପୋର୍ଟ ଅନୁଯାୟୀ, ସେ ଅଢ଼େଇ ବର୍ଷ ମଧ୍ୟରେ କ୍ଲବ ଠାରୁ ୨୦୦ ମିଲିୟନରୁ ଅଧିକ ୟୁରୋ ବା ୨୧୪.୦୪ ମିଲିୟନ ଡଲାର ନେବେ। ଏହାକୁ ଭାରତୀୟ ମୁଦ୍ରାରେ ହିସାକ କଲେ ଅଢ଼େଇ ବର୍ଷରେ ରୋନାଲ୍ଡୋ ପ୍ରାୟ ୪,୫୦୦ କୋଟି ଟଙ୍କା ପାଇବେ।

ନୂଆ ଓ ରେକର୍ଡ ଚୁକ୍ତିକୁ ନେଇ ୩୭ ବର୍ଷୀୟ ରୋନାଲ୍ଡୋ କହିଛନ୍ତି ଯେ “ଏସିଆକୁ ଯିବା ଏବେ ଉଚିତ ସମୟ। କ୍ଲବର ଖେଳାଳିମାନେ ବିଶ୍ୱରେ ନିଜର ଜଲୱା ଦେଖାଇଛନ୍ତି। ୟୁରୋପ ଫୁଟବଲରେ ମୁଁ ଯେଉଁ ସବୁ ଜିନିଷ ଜିତିବାକୁ ଲକ୍ଷ୍ୟ ରଖିଥିଲି ସେସବୁ ଜିତିବାକୁ ସକ୍ଷମ ହୋଇଛି। ମୁଁ ବହୁତ ଭାଗ୍ୟବାନ। ମୁଁ ଭାବୁଛି ମୁଁ ପାଇଥିବା ଅଭିଜ୍ଞତା ଏବେ ଏସିଆରେ ବାଣ୍ଟିବା ପାଇଁ ଉପଯୁକ୍ତ ସମୟ। ମୁଁ ଗୋଟିଏ ଭିନ୍ନ ଦେଶରେ ନୂଆ ଫୁଟବଲ ଲିଗରେ ଖେଳିବାକୁ ଉତ୍ସାହିତ ଥିଲେ। ଏବେ ମୁଁ ଏହି ସୁଯୋଗ ପାଇଛି। ନୂଆ ଦଳର ମିଶି ସଫଳତା ହାସଲ କରିବାକୁ ମୁଁ ଅପେକ୍ଷା କରିଛି।”


ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ ପାଇଁ ୩ଟି ପ୍ରିମିୟର ଲିଗ ଟାଇଟଲ ଜିତିଛନ୍ତି। ଏଥିସହ ଚାମ୍ପିୟନ୍ସ ଲିଗ, ଏଫଏ କପ ଓ ୨ଟି ଲିଗ୍‌ କପ ମଧ୍ୟ ଦଳ ପାଇଁ ସେ ଜିତିଥିଲେ। ଏହାପରେ ସେ କ୍ଲବ ଛାଡ଼ି ଜୁଭେନଟ୍ସ ସହ ଯୋଗଦେଇଥିଲେ। ସେଠାରେ କିଛି ବର୍ଷ ଖେଳିବା ପରେ ରୋନାଲ୍ଡୋ ପୁଣି ମାଞ୍ଚେଷ୍ଟର ୟୁନାଇଟେଡକୁ ୨୦୨୧ରେ ଫେରିଥିଲେ। ତେବେ ଦଳର କୋଚ୍‌ ଓ ମ୍ୟାନେଜର ଏରିକ ଟେନ ହାଗଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା।

ଶେଷରେ ୨୦୨୨ କତାର ବିଶ୍ୱକପ ପୂର୍ବରେ ସେ ଇରିକଙ୍କୁ ଗଣମାଧ୍ୟମରେ ଟାର୍ଗେଟ କରିଥିଲେ। ରୋନାଲ୍ଡୋଙ୍କ ଏପରି ପଦକ୍ଷେପ ପରେ କ୍ଲକ ତାଙ୍କ ସହ କରିଥିବା ଚୁକ୍ତିକୁ ବାତିଲ କରିଥିଲା।

ଏହାପରେ ସେ ଅଲ ନାସର କ୍ଲବ ସହ ଚୁକ୍ତି କରିଛନ୍ତି। ୨୦୦୯ରୁ ୧୮ ଯାଏ ସେ ସ୍ପେନର ରିୟଲ ମାଡ୍ରିଡ ସହ ରହିଥିଲେ। ଏହି ସମୟରେ ସେ ଦୁଇଟି ଲାଲିଗା ଟାଇଟଲ, ୨ଟି ସ୍ପାଇନିଶ କପ, ୪ଟି ଚାମ୍ପିୟନ୍ସ ଲିଗ ଟାଇଟଲ ଓ ୩ଟି କ୍ଲବ ବିଶ୍ୱକପ ଜିତିଛନ୍ତି। ଜୁଭେନଟ୍ସ ସହ ସେ ୨ଟି ସିରିଜ ଏ ଟାଇଟଲ ଓ ଗୋଟିଏ କପୋ ଇଟାଲିଆ ଟ୍ରଫି ଜିତିଥିଲେ। ରିୟଲ ମାଡ୍ରିଡ କ୍ଲବ ପାଇଁ ସେ ୪୫୧ଟି ଗୋଲ ଦେଇଥିବା ବେଳେ ଦେଶ ଓ ଅନ୍ୟ କ୍ଲବଗୁଡ଼ିକ ପାଇଁ ଖେଳି ୮୦୦ରୁ ଅଧିକ ଗୋଲ ସ୍କୋର କରିଛନ୍ତି।

The post ଏବେ ଏସିଆରେ କମାଲ କରିବେ ରୋନାଲ୍ଡୋ, ବର୍ଷକୁ ମିଳିବ ୧୮ଶହ କୋଟି appeared first on Odisha Reporter.



from Odisha Reporter https://ift.tt/7HkbUYC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages