ଫିଫା ବିଶ୍ୱକପ: ରୋନାଲ୍ଡୋଙ୍କ ସହ କାହିଁକି ଯୁକ୍ତିତର୍କ କଲେ କୋରିଆନ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 3, 2022

ଫିଫା ବିଶ୍ୱକପ: ରୋନାଲ୍ଡୋଙ୍କ ସହ କାହିଁକି ଯୁକ୍ତିତର୍କ କଲେ କୋରିଆନ ଖେଳାଳି

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପର ଗୋଟିଏ ମ୍ୟାଚ୍‌ରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଟିମ୍‌କୁ ଏସୀୟ ଦେଶ ଦକ୍ଷିଣ କୋରିଆ ଅପ୍ରତ୍ୟାଶିତ ଭାବେ ୨-୧ ଗୋଲରେ ହରାଇ ଦେଇଛି। ଏଥିସହ କୋରିଆ ମଧ୍ୟ ନକଆଉଟରେ ପହଞ୍ଚି ଯାଇଛି। କୋରିଆର ଏହି ଅପ୍ରତ୍ୟାଶିତ ବିଜୟ ଯୋଗୁ ଉରୁଗୁଏ ନିଜର ଶେଷ ମ୍ୟାଚ୍‌ରେ ଘାନାକୁ ହରାଇଥିଲେ ମଧ୍ୟ ରାଉଣ୍ଡ ୧୬ରେ ପହଞ୍ଚି ପାରି ନାହିଁ।

ତେବେ ପର୍ତ୍ତୁଗାଲ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ବେଳେ ରୋନାଲ୍ଡୋ ଓ ଦକ୍ଷିଣ କୋରିଆର ଜଣେ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ରୋନାଲ୍ଡୋ ଶୀଘ୍ର ପଡ଼ିଆ ଛାଡ଼ୁ ନଥିବା ଅଭିଯୋଗ କରି କୋରିଆର ଜଣେ ଖେଳାଳି ତାଙ୍କୁ ସମାଲୋଚନା କରିଥିଲେ। ଏହାର ଜବାବ ମଧ୍ୟ ରୋନାଲ୍ଡୋ ଅତ୍ୟନ୍ତ ବରିକ୍ତ ହୋଇ ଦେଇଛନ୍ତି। ଏକଥା ନିଜେ ରୋନାଲ୍ଡୋ ମ୍ୟାଚ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି।

ପର୍ତ୍ତୁଗାଲ କ୍ରମାଗତ ଦୁଇଟି ମ୍ୟାଚ୍‌ ଜିତି ପୂର୍ବରୁ ହିଁ ଗ୍ରୁପ ଏଚ୍‌ରୁ ରାଉଣ୍ଡ ୧୬ରେ ପ୍ରବେଶ କରି ସାରିଥିଲା। ଏଥିପାଇଁ ଗତକାଲିର ମ୍ୟାଚ୍‌ର ରେଜଲ୍ଟ ଦଳ ଉପରେ କୌଣସି ପ୍ରକାଇ ନାହିଁ। କିନ୍ତୁ କୋରିଆ ପାଇଁ ମ୍ୟାଚ୍‌କୁ ଜିତିବା ଜରୁରୀ ଥିଲା। ଏଥିପାଇଁ ଦଳ ସବୁ ପ୍ରକାରର ରଣକୌଶଳ ଆପଣାଇ ଥିଲା। ଶେଷ ଷ୍ଟପେଜ ଟାଇମରେ ଗୋଲ ସ୍କୋର କରି ପର୍ତ୍ତୁଗାଲକୁ ୨-୧ରେ ହରାଇଥିଲା।

ମ୍ୟାଚ୍‌ର ୬୫ତମ ମିନିଟରେ ରୋନାଲ୍ଡୋଙ୍କୁ ପର୍ତ୍ତୁଗାଲ ପରବର୍ତ୍ତୀ ଲଢ଼େଇ ପାଇଁ ଫିଟ ରଖିବାକୁ ସବଷ୍ଟିଚ୍ୟୁଟ କରିଥିଲେ। ସେ ମଧ୍ୟ ବେଶ ଆରାମରେ ପଡ଼ିଆ ଛାଡ଼ିଥିଲେ। କିନ୍ତୁ ସେ ଧୀରେଧୀରେ ଚାଲିଚାଲି ପଡ଼ିଆ ଛାଡ଼ୁଥିବାରୁ ଲାଇନ ପାଖରେ ଥିବା ଜଣେ କୋରିଆ ଖେଳାଳି ତାଙ୍କୁ ଟାର୍ଗେଟ କରିଥିଲେ ବୋଲି ରୋନାଲ୍ଡୋ କହିଛନ୍ତି।

ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, “ସବୁ କିଛି ମୁଁ ସବଷ୍ଟିଚ୍ୟୁଟେଡ ହେବା ବେଳେ ଘଟିଥିଲା। କୋରିଆ ଖେଳାଳି ଜଣଙ୍କ ମୋତେ ଶୀଘ୍ରଶୀଘ୍ର ପଡ଼ିଆ ଛାଡ଼ିବାକୁ କହିଥିଲେ। ମୁଁ ତାଙ୍କୁ ଚୁପ ରହିବାକୁ କହିଥିଲି। କାରଣ ମୋତେ କିଛି କହିବାର ଅଧିକାର ତାଙ୍କର ନଥିଲା। ଯଦି ମୁଁ ଶୀଘ୍ର ପଡ଼ିଆ ଛାଡ଼ୁ ନଥିଲି, ତା’ହେଲେ ସେକଥା ମୋତେ ରେଫରୀ କହି ପାରିଥାଆନ୍ତେ। ଏହାକୁ ନେଇ କୌଣସି ବିବାଦ ନାହିଁ। ଏହା ପରିସ୍ଥିତି ଅନୁଯାୟୀ ଘଟିଥିଲା।”

ପର୍ତ୍ତୁଗାଲ କୋଚ ଫର୍ଣ୍ଣାଡୋ ସାଣ୍ଟୋସ କହିଛନ୍ତି, “ସେ(ରୋନାଲ୍ଡୋ) କୋରିଆ ଖେଳାଳିଙ୍କ ଉପରେ ଭୀଷଣ ରାଗି ଯାଇଥିଲେ। ଏକଥା ସମସ୍ତେ ଦେଖିଛନ୍ତି। ଖେଳାଳି ଜଣଙ୍କ ତାଙ୍କୁ ଅପମାନିତ କରିବା ଭଳି କଥା କହି ତୁରନ୍ତ ପଡ଼ିଆରୁ ବାହାରି ଯିବାକୁ କହିଥିଲେ। ତେଣୁ ସେ ନିଜର ରାଗକୁ ନିୟନ୍ତ୍ରଣ କରି ପାରି ନଥିଲେ।”

The post ଫିଫା ବିଶ୍ୱକପ: ରୋନାଲ୍ଡୋଙ୍କ ସହ କାହିଁକି ଯୁକ୍ତିତର୍କ କଲେ କୋରିଆନ ଖେଳାଳି appeared first on Odisha Reporter.



from Odisha Reporter https://ift.tt/KWA2cHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages