ଚିଲିକାରେ ଆଜିଠୁ ଡଲ୍‌ଫିନ୍ ଗଣନା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 20, 2022

ଚିଲିକାରେ ଆଜିଠୁ ଡଲ୍‌ଫିନ୍ ଗଣନା ଆରମ୍ଭ

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ଚିଲିକାରେ ଆଜିଠୁ ଆରମ୍ଭ ହୋଇଛି ଡଲ୍‌ଫିନ୍ ଗଣନା।  ଗଣନା କାର୍ଯ୍ୟରେ ଲାଗିଛନ୍ତି ୧୮ଟି ଟିମ୍। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବନ ବିଭାଗ ପକ୍ଷରୁ ଗଣତି ଚାଲିଥିବା ବେଳେ ଏହା ୩ ଦିନ ଧରି ଚାଲିବ।

ଗଣନା କାର୍ଯ୍ୟରେ ବାଧା ନ ଉପୁଜିବା ଲାଗି ଆଜି ଦିନ ୨ଟା ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଚଳାଚଳ ଉପରେ କଟକଣା ଲଗାଯାଇଛି। ଘାଟ ଡଙ୍ଗା ଓ ଫେରିକୁ ମଧ୍ୟ ବନ୍ଦ କରାଯାଇଛି। ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ମୋଟର ବୋଟ୍ ସଂଘ ସଦସ୍ୟ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି। ଫଟୋଗ୍ରାଫି ସହ ଜିପିଏସ ଟ୍ରାକିଂ କରାଯାଇ ଗଣନା କରାଯାଉଛି। ବାଇନକୁଳର ଦ୍ୱାରା ଡଲଫିନଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ବନ କର୍ମଚାରୀମାନେ ଡଲଫିନ୍ ସଂଖ୍ୟା ଆକଳନ କରୁଛନ୍ତି।

 

The post ଚିଲିକାରେ ଆଜିଠୁ ଡଲ୍‌ଫିନ୍ ଗଣନା ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/cYw7SEO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages