ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ, ଦାମୀ କାର୍ ଓ ବୁଲେଟ୍ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 20, 2022

ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ, ଦାମୀ କାର୍ ଓ ବୁଲେଟ୍ ଠାବ

ଭବାନୀପାଟଣା(ରାଜ କୁମାର ସିଂହ ଦେଓ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍ କେଶବ ମାଝୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। କେଶବଙ୍କ ଘର ଓ ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି। କେଶବଙ୍କ କେ. ଗାଁ କାର୍ଯ୍ୟାଳୟ ,କ୍ୱାର୍ଟର୍ସ ଏବଂ ବ୍ରାହ୍ମଣୀସ୍ଥିତ ପୈତୃକ ଘରେ  ଏହି ଚଢ଼ାଉ କରାଯାଇଛି।

ସେହିପରି କେଶବଙ୍କ କେସିଙ୍ଗାରେ  ଥିବା ତିନି ମହଲା କୋଠା ଘର, ଦାମୀ କାର୍ ଏବଂ ବୁଲେଟ୍ ଠାବ ହୋଇଛି। କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ମିଳିତ ଚଢ଼ାଉ  କରାଯାଇଛି। ଚଢ଼ାଉରେ ୫ ଜଣ ଡିଏସ୍‌ପି ଓ ୬ ଇନ୍ସପେକ୍ଟର ସାମିଲ ଅଛନ୍ତି ।

କେଶବ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ଆଜି ସକାଳେ କେଶବଙ୍କ ଘରେ ଚଢ଼ାଉ କରିଛନ୍ତି। କେଶବଙ୍କୁ ଘରୁ  କେତେ ଟଙ୍କାର ସମ୍ପତ୍ତି ଠାବ ହୋଇଛି ଭିଜିଲାନ୍ସ ବିଭାଗ ପକ୍ଷରୁ  ସୂଚନା ଦିଆଯାଇ ନାହିଁ।

 

The post ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ, ଦାମୀ କାର୍ ଓ ବୁଲେଟ୍ ଠାବ appeared first on Odisha Reporter.



from Odisha Reporter https://ift.tt/rbsZ6dm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages