୧୨ ଘଣ୍ଟିଆ ବିନିକା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 20, 2022

୧୨ ଘଣ୍ଟିଆ ବିନିକା ବନ୍ଦ

ବିନିକା(ଓଡ଼ିଶା ରିପୋର୍ଟର): ୨୨୦ କେଭି ଓପିଟିସିଏଲର ବିଦ୍ୟୁତ ଟାଓ୍ୱାରକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ୱାଭିମାନ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନ ବେଳେ ଗାଡ଼ି ଚଳାଚଳ ଏବଂ ଜରୁରୀ ସେବାକୁ ବାଦ ଦିଆଯାଇଛି। ହେଲେ ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି I

ବିନିକା ସହରରେ ୨୨୦ କେଭି ଓପିଟିସିଏଲର ବିଦ୍ୟୁତ ଟାଓ୍ୱାର ରହିଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିନିକାବାସୀ ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନ ସେମାନଙ୍କ  ଦାବିକୁ କର୍ଣ୍ଣପାତ କରୁନାହିଁ। ଆଜି ଏହାର ପ୍ରତିବାଦରେ ୧୨ ଘଣ୍ଟିଆ ବନିକା ବନ୍ଦ ଡାକରା ଦିଆଯାଇଛି।  ବିଦ୍ୟୁତ ଟାଓ୍ୱାର ଯୋଗୁ ସହରର ବିକାଶ  ଠପ୍ ହେବା ସହ ଲୋକଙ୍କ ଧନ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପକେଟିଂ କରି ଗାଡ଼ି ମଟର ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି।

 

 

 

The post ୧୨ ଘଣ୍ଟିଆ ବିନିକା ବନ୍ଦ appeared first on Odisha Reporter.



from Odisha Reporter https://ift.tt/waeX5jJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages