ପରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଅନ୍ତରୀଣ  ଜାମିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 9, 2022

ପରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଅନ୍ତରୀଣ  ଜାମିନ୍

କଟକ(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ  ଜାମିନ୍ । ସରୋଜଙ୍କୁ  ହାଇକୋର୍ଟ  ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି। ତେବେ ଜାମିନ୍‌ରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳକୋର୍ଟ ସ୍ଥିର କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବଷିୟା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ସମ୍ମୁଖରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା। ଏହାର ୧୦ ଦିନ ପରେ ମିଳିଥିଲା ମୃତଦେହ। ଏହି ଘଟଣାର ତଦନ୍ତ ପାଇଁ SIT ଗଠନ କରାଯିବା ସହ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରାଯାଇଥିଲା।

ଗିରଫ ସରୋଜଙ୍କୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାଙ୍କୁ  ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।  ସେଠାରେ ଅଭିଯୁକ୍ତଜଣକ ଥିବା ବେଳେ ଏବେ ତାଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର ହୋଇଛି।

The post ପରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଅନ୍ତରୀଣ  ଜାମିନ୍ appeared first on Odisha Reporter.



from Odisha Reporter https://ift.tt/NXYH4zg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages