ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 4, 2022

ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୬ ମୃତ

ଭୋପାଳ : ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମଧ୍ୟପ୍ରଦେଶର ରତଲାମରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି।  ପୁଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ଅବହେଳା ଡ୍ରାଇଭିଂ ଅପରାଧ ପଞ୍ଜିକରଣ କରିଛି ।

ଟ୍ରକଟି ଦ୍ରୁତ ଗତିରେ ଯାଉଥିବାବେଳେ ତାହାର ଚକା ଫାଟିଯିବାରୁ ଟ୍ରକଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ସ୍ଥାନୀୟ  ବସ୍‌ ଷ୍ଟପ୍‌ରେ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଆହତମାନଙ୍କୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ରତଲାମ କଲେକ୍ଟର ନରେନ୍ଦ୍ର ସୂର୍ଯ୍ୟବଂଶୀ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଏସପି ଅଭିଷେକ ତିୱାରୀ କହିଛନ୍ତି ଯେ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

The post ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ୬ ମୃତ appeared first on Odisha Reporter.



from Odisha Reporter https://ift.tt/xSutlAN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages