ବରଗଡ଼(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ମତଦାନ ପୂର୍ବରୁ ସକାଳ ସାଢ଼େ ୫ଟାରୁ ଆରମ୍ଭ ହୋଇଥିଲା ମକ୍ ପୋଲିଂ।
ପଦ୍ମପୁର ନିର୍ବାଚନ ମଣ୍ଡଳୀର ମୋଟ୍ ୩୧୯ ବୁଥରେ ୨ ଲକ୍ଷ ୬୯ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ ୱେବ୍ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛି। ଭୋଟ୍ ଗ୍ରହଣ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ପଦ୍ମପୁରରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବ ବେଳେ ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି।
ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନଟି ଖାଲି ପଡ଼ିଲା। ଆଜି ଭୋଟ୍ ଶେଷ ହେବା ପରେ ୮ ତାରିଖରେ ଗଣତି ହେବ। ଆଉ ସେଦି ଦିନ ଜଣା ପଡ଼ିବ ଏଥର କାହା ସପକ୍ଷରେ ରହିଛି ଜନତାଙ୍କ ରାୟ।
The post ଆଜି ନେତା ବାଛିବେ ପଦ୍ମପୁରବାସୀ, ମତଦାନ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/HgVE7xw
No comments:
Post a Comment