କୋର୍ଟ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ହରପ୍ରୀତ ସିଂହକୁ ଧରିଲା ଏନଆଇଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 1, 2022

କୋର୍ଟ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ହରପ୍ରୀତ ସିଂହକୁ ଧରିଲା ଏନଆଇଏ

ନୂଆଦିଲ୍ଲୀ: ପ୍ରାୟ ୧୧ ମାସ ପରେ ଧରା ପଡ଼ିଛି ଲୁଧିଆନା କୋର୍ଟ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ହରପ୍ରୀତ ସିଂହ। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ତାକୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଛି। ସେ ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣା ପରଠାରୁ ଫେରାର ଥିଲା। ତାକୁ ଧରିବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

ମିଳିଥିବା ସୂଚନା ଅନୁସାରେ, ପଞ୍ଜାବ ଅନ୍ତର୍ଗତ ଅମୃତସରର ମୂଳବାସିନ୍ଦା ହରପ୍ରୀତ ସିଂହକୁ ସମସ୍ତେ ହାପି ମ୍ୟାଲେସିୟା ଭାବେ ଜାଣନ୍ତି। ସେ କୋର୍ଟ ବିସ୍ଫୋରଣ ପରେ ଦେଶ ବାହାରକୁ ଚାଲି ଯାଇଥିଲା। ହେଲେ ଏବେ ସେ ମ୍ୟାଲେସିୟାର କ୍ୱାଲାଲମ୍ପପୁରରୁ ଦିଲ୍ଲୀ ଆସିଥିବା ବେଳେ ତାଙ୍କୁ ଏନଆଇଏ ଏୟାର ପୋର୍ଟରୁ ହିଁ ଗିରଫ କରିଛି।

୨୦୨୧ ଡିସେମ୍ବର ୨୩ ତାରିଖରେ ଲୁଧିଆନା କୋର୍ଟରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଆହତ ହୋଇଥିଲେ। ପ୍ରାଥମିକ ଅବସ୍ଥାରେ ପୁଲିସ୍‌ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଏହା ପଛରେ ଆତଙ୍କୀ ଷଡ଼ଯନ୍ତ୍ର ଥିବା ଜଣାପଡ଼ିବା ପରେ ୨୦୨୨ ଜାନୁଆରୀ ମାସରେ ଏନଆଇଏ ତଦନ୍ତ ଦାୟିତ୍ୱ ନେଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ହରପ୍ରୀତ ସିଂହ ପାକିସ୍ତାନ ଭିତ୍ତିକ ଆଇଏସୱାଇଏଫର ଆତ୍ମଘୋଷିତ ମୁଖ୍ୟ ଲଖବୀର ସିଂହ ରୋଡେ ସହ ଲୁଧିଆନ କୋର୍ଟରେ ବିସ୍ଫୋରଣ ଯୋଜନା କରିଥିଲା। ଲଖବୀରର ନିର୍ଦ୍ଦେଶରେ ପାକିସ୍ତାନରୁ ଆସିଥିବା କଷ୍ଟମ ମେଡ ଆଇଇଡିକୁ ହରପ୍ରୀତ ଭାରତରେ ସକ୍ରିୟ ପାକିସ୍ତାନୀ ଏଜେଣ୍ଟଙ୍କ ପାଖରେ ପହଞ୍ଚାଇଥିଲା। ଏହାପରେ ଉକ୍ତ ଆଇଇଡି ଦ୍ୱାରା ଲୁଧିଆନା କୋର୍ଟ କମ୍ପ୍ଲେକ୍ସରେ ବିସ୍ଫୋରଣ କରାଯାଇଥିଲା।

ଏହାବାଦ ହରପ୍ରୀତ ନାଁରେ ବିସ୍ଫୋରକ, ଆର୍ମସ ଓ ଡ୍ରଗ୍ସ ଚୋରା ଚାଲାଣ ମାମଲା ରହିଛି। ତାକୁ ଏନଆଇଏ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ବିଦେଶ ଫେରାର ହୋଇଯାଇଥିଲା। ଏଥିପାଇଁ ତା’ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି କହିଥିଲା। ଏନଆଇଏର ସ୍ୱତନ୍ତ୍ର କୋର୍ଟ ମଧ୍ୟ ହରପ୍ରୀତ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ।

The post କୋର୍ଟ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ହରପ୍ରୀତ ସିଂହକୁ ଧରିଲା ଏନଆଇଏ appeared first on Odisha Reporter.



from Odisha Reporter https://ift.tt/r6Rm1CV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages