ପ୍ରଳୟ ରଚିବ ପ୍ରଳୟ, ପାକିସ୍ତାନ ଓ ଚୀନ୍‌କୁ ଦେବ ଚେକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 25, 2022

ପ୍ରଳୟ ରଚିବ ପ୍ରଳୟ, ପାକିସ୍ତାନ ଓ ଚୀନ୍‌କୁ ଦେବ ଚେକ୍‌

ନୂଆଦିଲ୍ଲୀ: ସାବଧାନ୍ ଚୀନ୍ ଓ ପାକିସ୍ତାନ। ଔଦ୍ଧତ୍ୟର ସୀମା ଟପିଲେ ପ୍ରଳୟ ରଚିବ ପ୍ରଳୟ। ପଡ଼ୋଶୀଙ୍କୁ ଚେକ୍ ଦେବାକୁ ଭାରତର ବଡ଼ ନିଷ୍ପତ୍ତି। ପାକିସ୍ତାନ ଓ ଚୀନ୍ ସୀମାରେ ମୁତୟନ ହେବ ପ୍ରଳୟ ମିସାଇଲ୍। ଏଥିପାଇଁ ୧୨୦ଟି ପ୍ରଳୟ ଟ୍ୟାକ୍ଟିକାଲ୍ ବାଲିଷ୍ଟିକ୍ ମିସାଇଲ୍ କ୍ରୟ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ।

ଏହାକୁ ପ୍ରଥମେ ବାୟୁସେନା ଓ ପରେ ସ୍ଥଳସେନାରେ ସାମିଲ କରାଯିବ। ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ୍ କରି ହେଉଥିବା ଏହି ପ୍ରଳୟ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୫ଶହ କିଲୋମିଟର ରହିଛି। ଆବଶ୍ୟକ ପଡ଼ିଲେ ଏହି ଦୂରତାକୁ ଆହୁରି ବୃଦ୍ଧି କରାଯାଇପାରିବ।

ଏହି କ୍ଷେପଣାସ୍ତ୍ର ୩୫୦ରୁ ୭ଶହ କିଲୋଗ୍ରାମ ବିସ୍ଫୋରକ ବହନ କରିପାରେ ଏହା ଦ୍ୱାରା ଶତ୍ରୁପକ୍ଷର ରାଡାର୍, ଯୋଗାଯୋଗ ଭିତ୍ତିଭୂମି, କମାଣ୍ଡ୍ ଓ କଣ୍ଟ୍ରୋଲ ସେଣ୍ଟର ଏବଂ ଏୟାରଫିଲ୍ଡ ଆଦିକୁ ଟାର୍ଗେଟ୍ କରାଯାଇପାରିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ ହେଉଛି, ଏହା ଆକାଶ ମାର୍ଗରେ ଅଧାବାଟରେ ଗତିପଥ ବଦଳାଇପାରିବ ଏବଂ ଇଣ୍ଟରସେପ୍ଟର ମିସାଇଲ୍‌କୁ ଚକ୍‌ମା ଦେଇପାରିବ। ୨୦୧୫ରେ ପ୍ରଳୟର ନିର୍ମାଣ ଆରମ୍ଭ କରିଥିଲା ଡିଆର୍‌ଡିଓ। ଗତବର୍ଷ ଡିସେମ୍ବରରେ ଦୁଇ ଦୁଇଥର ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି।

The post ପ୍ରଳୟ ରଚିବ ପ୍ରଳୟ, ପାକିସ୍ତାନ ଓ ଚୀନ୍‌କୁ ଦେବ ଚେକ୍‌ appeared first on Odisha Reporter.



from Odisha Reporter https://ift.tt/peTtR9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages